ନବୀନ ସରକାର ମନ୍ତ୍ରିମଣ୍ଡଳ ପୁନର୍ଗଠନ, କାଲି ସକାଳେ ହେବ ଶପଥ ଗ୍ରହଣ ସମାରୋହ

Spread the love

ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ପରେ ଆସନ୍ତାକାଲି ସକାଳେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେବେ ନୂତନ ମନ୍ତ୍ରିମଣ୍ଡଳ । ଏନେଇ ମୁଖ୍ୟ ଶାସନ ସଚିବ ପ୍ରତାପ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।

ଏବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ୩ଟି ମନ୍ତ୍ରୀ ପଦ ଓ ବାଚସ୍ପତି ପଦ ମଧ୍ୟ ଖାଲି ରହିଛି । ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ତିନିଟି ମନ୍ତ୍ରୀପଦ ଖାଲି ରହିଥିଲା । ଅନ୍ୟପଟେ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ବାଚସ୍ପତି ପଦ ମଧ୍ୟ ଖାଲି ରହିଛି । 

ବିଗତ ଦିନ ମାନଙ୍କରେ କେବେ ହେବ ମନ୍ତ୍ରିମଣ୍ଡଳ ଅଦଳବଦଳ, କିଏ ହେବେ ନୁଆ ମନ୍ତ୍ରି ଓ ବାଚସ୍ପତି ସେନେଇ ଜନ ମାନସ ଓ ନେତା ମନ୍ତ୍ରୀ ମହଲରେ ଚର୍ଚ୍ଚାର ବିଷୟ ପାଲଟି ଥିଲା । ସୂଚନାନୁଯାୟୀ, ନୂଆ ମନ୍ତ୍ରିମଣ୍ଡଳର ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା । ଏ ସମ୍ବନ୍ଧରେ କେହି ମୁହଁ ଖୋଲୁନଥିବା ବେଳେ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଅପେକ୍ଷା ବୋଲି ସମସ୍ତେ କହିଛନ୍ତି ।

Leave a Reply

Your email address will not be published. Required fields are marked *