ବିବାଦ ପରେ ମୁହଁ ଖୋଲିଲେ ନବୀନ, ଆପଣଙ୍କ ସୁଖଦୁଃଖ ବୁଝିବା ପାଇଁ ମୁଁ ମୋ ସଚିବଙ୍କୁ ପଠାଇଛି

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ , ସାଧାରଣ ସଭା କରିବା, ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିବାକୁ ନେଇ ବିବାଦ ବଢ଼ିବା ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଏକ ଅଡିଓ ରେକର୍ଡିଂକୁ ୫-ଟି ସଚିବ ଆଜି ବରଗଡ଼ ଜିଲ୍ଲାରେ ମିଶନ ଶକ୍ତି ମା’ମାନଙ୍କୁ ଭେଟିବାବେଳେ ନିଜ ଫୋନରୁ ବଜାଇ ଶୁଣାଇଛନ୍ତି । ଫୋନ୍ ରୁ ଶୁଣାଯାଇଥିଲା ମୁଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ପଠାଇଛି । ଲୋକଙ୍କ ସୁଖ ଦୁଃଖ ବୁଝିବାକୁ ମୁଁ ତାଙ୍କୁ ପଠାଇଛି ।

ଦୁଇଦିନିଆ ବରଗଡ଼ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ବରଗଡ଼ର ନିଶାମଣି ହାଇସ୍କୁଲ ପଡ଼ିଆରେ ଫାଇଭ-ଟି ସଚିବ ପାଣ୍ଡିଆନ ମିଶନ ଶକ୍ତି ମା’ମାନଙ୍କୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଡିଓ ସନ୍ଦେଶକୁ ଶୁଣାଇଥିଲେ । ଯେଉଁଥିରେ ନବୀନ କହିଥିଲେ, “ଆପଣଙ୍କ ସୁଖଦୁଃଖ ବୁଝିବା ପାଇଁ ମୁଁ ମୋ ସଚିବଙ୍କୁ ପଠାଇଛି । ଆପଣମାନେ ଭଲ କାମ କରନ୍ତୁ । ମୁଁ ସାହାଯ୍ୟ କରିବି ।” ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇ ପଦ କଥା ପରେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବା ସ୍ପଷ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *