ନେମାଳ ଦେବସ୍ନାନ ବାଲିଯାତ୍ରା ମହୋତ୍ସବ ଦ୍ଵିତୀୟ ସଂଧ୍ୟା : ଗୋଟି ପୁଅ ଓ ମାଲଖମ୍ବା ନୃତ୍ୟରେ ଝୁମିଲା ବାଲିଯାତ୍ରା ମହୋତ୍ସବ

Spread the love

ସାଲେପୁର : ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବର ଦ୍ଵିତୀୟ ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ଦେଖିବାକୁ ମିଳିଛି । ପ୍ରଥମ ସଂଧ୍ୟାରେ ପୁରୀର ଗୋଟିପୁଅ ନୃତ୍ୟ ସାଙ୍ଗକୁ ମୟୁରଭଞ୍ଜ ମାଲଖମ୍ବା ନୃତ୍ୟରେ ହଜାର ହଜାର ଦର୍ଶକ ଝୁମିଥିବା ବେଳେ ମହୋତ୍ସବ ପଡିଆରେ ପଡିଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ କିଣାବିକା କରି ବେଶ୍ ଆନନ୍ଦିତ ହୋଇଛନ୍ତି । ଏହି ଅବସରରେ ଦର୍ଶକମାନେ ବିଭିନ୍ନ ଘରକରଣା ଉପକରଣ କିଣିବା ସଙ୍ଗେ ସଙ୍ଗେ ଦୋସା, ଦହିବରା, ଚାଟ୍ ଆଦିର ମଜା ନେଉଥିବାର ଦେଖିବାକୁମିଳିଛି ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନାରେ ଉପଜିଲ୍ଲାପାଳ କମଳଜିତ ଦାସ, ତହସିଲଦାର ଦିଲ୍ଲୀପ ନାୟକ, ଅତିରିକ୍ତ ତହସିଲଦାର କ୍ରିଷ୍ଣା ପାଢୀଙ୍କ ସମେତ ବହୁ ସରକାରୀ ପଦାଧିକାରୀମାନେ ଯୋଗଦେଇ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣପ୍ରସାଦ ପଟ୍ଟନାୟକ, ଡିଏସପି ରଂଜନ କୁମାର ପୃଷ୍ଟି, ଦେବେନ୍ଦ୍ର କୁମାର ମଲ୍ଲିକ, ଏସ୍.ଡି.ପି.ଓ. ବିମଳ କୁମାର ବାରିକ, ସୁଶୀଲ କୁମାର ବାରିକ, ଗୌରାଙ୍ଗ ଚରଣ ବିଶ୍ଵାଳ ପ୍ରମୁଖ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ଆଇନଜୀବୀ ଶିଶିର ଦାସ, ସ୍ଥାନୀୟ ସରପଂଚ ସସ୍ମିତା ମହାନ୍ତି, କେଶବ ଦଳାଇ, ହିଂମାଶୁ ଶେଖର ଦାସ, ବଳଦେବାନନ୍ଦ ଦାସ, ପ୍ରବୀଣ କୁମାର ଦାସ ପ୍ରମୁଖ ଯୋଗଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ତାଙ୍କର ସାନ୍ନିଧ୍ୟ ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *