ଓସିଏକୁ ସୋ’ କଜ୍ ନୋଟିସ

ଲାଇଟ୍ ଲିଭିବା ଘଟଣାରେ ରାଜ୍ୟ କ୍ରୀଡ଼ା ବିଭାଗ ଓସିଏକୁ ସୋ’ କଜ୍ ନୋଟିସ । ଫ୍ରେବୃଆରି ୯ ତାରିଖରେ କଟକ ବାରବାଟିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା ଦ୍ବିତୀୟ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍। ଆଉ ଭାରତ ବ୍ୟାଟିଂ ସମୟରେ ଷ୍ଟାଡିୟମର ଫ୍ଲଡ ଲାଇଟ୍ ଲିଭି ଯାଇଥିଲା ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟ ସୋ’ କଜ୍ ନୋଟିସ୍ ଜାରି କରିଛନ୍ତି । ଅନ୍ୟପଟେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । କହିଛନ୍ତି ଏହା ଏକ ଅଘଟଣ ଥିଲା କିନ୍ତୁ ବାରମ୍ବାର ଏହାକୁ ବିଧାନସଭାରେ ଉଠାଗଲା । ବିରୋଧୀ ବିରୋଧ କରନ୍ତୁ ହେଲେ ରାଜ୍ୟ କ୍ରୀଡାର ସ୍ବାର୍ଥକୁ ମଧ୍ୟ ନଜର ଦେବା ଦରକାର । ବାରବାଟୀ ଲାଇଟ୍ ଲିଭିବା ଘଟଣାକୁ ନେଇ ବିସିସିଆଇ ପକ୍ଷରୁ କିଛି ବି ପ୍ରଶ୍ନ କରାଯାଇ ନଥିଲା ।ବିସିସିଆଇ ଆମକୁ ମ୍ୟାଚ୍ ଦେଇଛି ମୁଁ ଏଥିପାଇଁ କୃତଜ୍ଞତା ଜଣାଉଛି । ଏବେବି କହୁଛି ରାଜ୍ୟ ସରକାର ରାଜ୍ୟ କ୍ରୀଡାମନ୍ତ୍ରୀ ବାରବାଟୀ ଉନ୍ନତିକରଣ ପାଇଁ ମୋତେ ବ୍ୟକ୍ତିଗତ ଭାବେ ଆଶ୍ଵାସନା ଦେଇଛନ୍ତି । ଲଣ୍ଡନର ଏକ କମ୍ପାନୀ ବାରବାଟୀ ଆଧୁନୀକରଣ ପାଇଁ ଡି ପି ଆର୍ ପ୍ରସ୍ତୁତ କରିସାରିଛି । ଆଗାମୀ ଦିନରେ ଲାଇଟ୍ ଲିଭିବା ଭଳି ଘଟଣା କିଭଳି ନ ଘଟିବ ସେ ନେଇ ଯତ୍ନବାନ ହେବୁ । ଆଗକୁ ବାରବାଟୀକୁ ଉନ୍ନତ କରିବାକୁ ଆମର ଚେଷ୍ଟା ଜାରି ରହିବ । ଆଇ ପି ଏଲ୍ ଚେୟାରମେନଙ୍କୁ ମଧ୍ୟ ବାରବାଟୀକୁ ମ୍ୟାଚ୍ ମିଳିବା ନେଇ ଅନୁରୋଧ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *