ଧୁମ୍ ଧାମରେ ନୂଆଁଖାଇ ପାଳିତ

Spread the love

ଭୁବନେଶ୍ବର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ଆରମ୍ଭ ହୋଇଛି ନୂଆଖାଇର ଆସର। ଲୋକମାନେ ଏହାକୁ ଧୁମ୍ ଧାମ୍ ସହକାରେ ପାଳନ କରୁଛନ୍ତି।.

ନୂଆଁଖାଇ ଉପଲକ୍ଷେ ଆଜି ସକାଳୁ ସମଲେଶ୍ୱରୀଙ୍କ ନିକଟରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଥମେ ବେଢା ପରିସରରେ ଥିବା ୧୧୫  ପାର୍ଶ୍ଵ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ମୁଖ୍ୟ ପୂଜକଙ୍କ ଘରେ ନୂଆ ଚାଉଳରୁ ପ୍ରସ୍ତୁତ ହୋଇଥିବା ପିଠା, କାକରା, ଅନ୍ନ, ଏବଂ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମନ୍ଦିରକୁ ଆସିଥିଲା।  ଆଜି  ଗୋଟିଏ ଦିନ ମା ସମଲେଶ୍ୱରୀଙ୍କ ନିକଟରେ ସାରୁ ଶାଗ ଭୋଗ ଲଗାଥାଏ । ନୂଆଁଖାଇ ପାଇଁ ମନ୍ଦିରକୁ ଆକର୍ଷଣୀୟ କରାଯାଇଛି। ମୋଟ ତିନିଜଣ ପୂଜକଙ୍କ ଘରୁ ଭୋଗ ଆସି ସାରିଲା ପରେ  ପୂର୍ବ ନିର୍ଦ୍ଧାରିତ ସମୟ ୧୦ଟା ୫୬ରେ  ମାଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥିଲା ।

ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନିଜ ଇଷ୍ଟ ଦେବାଦେବୀ ଙ୍କ ନିକଟରେ  ନୂଆ ଚାଉଳରୁ ପ୍ରସ୍ତୁତ ପିଠା, କ୍ଷୀରି ଭୋଗ ଲାଗି କରାଯାଇଛି । ଆଜି ମା ସମଲେଶ୍ବରୀ  ଶାକମ୍ବରି ବେଶ ରେ ଭକ୍ତମାନଙ୍କୁ  ଦର୍ଶନ ଦେଇଥାନ୍ତି । ଏହି ଦିନ ମା ଙ୍କୁ ଦର୍ଶନ କଲେ ଧନସମ୍ପତ୍ତି ପୂରିରହିଥାଏ ବୋଲି ଲୋକମତ ରହିଛି । ହଜାରହଜାର  ଭକ୍ତ ଏହି ଦିନ ମା ଙ୍କ ଦର୍ଶନ କରିଥାନ୍ତି । ଏଥିପାଇଁ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *