ନୂଆପଡ଼ାରୁ ସନ୍ଦେଶ- ସମୀକ୍ଷା ବନାମ ସରପ୍ରାଇଜ୍

ନୂଆପଡ଼ା ରେଜଲ୍ଚ ଅନେକ କଥାକୁ ଇଙ୍ଗିତ କରିଛି। ବିଜେପିର ଅବିଶ୍ୱସନୀୟ ଓ ବଡ଼ ଜିତ୍। ପଦ୍ମ ଝଡ଼ରେ ଏକପ୍ରକାର ନିଶ୍ଚିହ୍ନ ହୋଇଗଲା କି ବିରୋଧୀ କ୍ୟାମ୍ପ୍। ବାସ୍ତବରେ କେଉଁ ଫ୍ୟାକ୍ଚର କାଟୁ କଲା। ପ୍ରସଙ୍ଗ କାମ କଲା ନା ଆଉ କିଛି। ଆଜି ବିଜେପି ରାଜ୍ୟ ମୁଖ୍ୟାଳୟରେ ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନେଇ ବିଜୟ ଉତ୍ସବ ପାଳିଛି ଦଳ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୟଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦେଇଛି ଦଳ। ବିଜେପି ଆକ୍ରୋଶମୂଳକ ରାଜନୀତି କରେନା ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି। ନୂଆପଡ଼ା ବିଜୟ ବିଜେପିର ଆତ୍ମବିଶ୍ୱାସକୁ ବଢ଼ାଇଛି। ନୂଆପଡ଼ାରେ ବିଜେପି ଇତିହାସ ରଚିଛି। କୌଣସି ଦଳକୁ ନିପାତ କରିବାକୁ ଚାହେଁନା ବିଜେପି। ବିଜେପି ଅନେକ ପରାଜୟକୁ ଗ୍ରହଣ କରିଛି। ୨୦୦୯ରେ ବିଜେଡି ଯେଭଳି ମେଣ୍ଟରେ ରହି ଧୋକା ଦେଇଥିଲା, ଆଜି ଜନତା ତାହାର ପ୍ରତିଶୋଧ ନେଇଛନ୍ତି। ବିଜେଡି ଏବେ ବି ଅହଂକାର ଓ ଗର୍ବରେ ବୁଡ଼ି ରହିଛି। ବିଜୟ ଉତ୍ସବରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦଳ ପରିବର୍ତ୍ତନ କଅଣ ବେଇମାନ କି ବୋଲି ପଚାରିଛନ୍ତି ମୋହନ। ବେଇମାନ କହିଥିବାରୁ ଭୋଟର ପାନେ ଦେଲେ। ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜୟ କହିଛନ୍ତି, ଯେଉଁମାନେ ବାପାଙ୍କ ଫଟୋକୁ ଲଗାଇଥିଲେ, ସେମାନଙ୍କ ଉପରେ ନୂଆପଡ଼ାବାସୀ ଭାରି ପଡ଼ିଲେ। ଏ ବିଜୟ ନୂଆପଡ଼ାବାସୀ ଓ ବିକାଶର ବିଜୟ। ଭୋଟ ଚୋରୀ ଓ ଟଙ୍କା ବଳରେ ଜିତିବା କଥା କହୁଥିବା ବିରୋଧୀ ଜନତାଙ୍କୁ ଅପମାନିତ କରୁଛନ୍ତି। ବିଜେପି ପାର୍ଟି ଅଫିସରେ ସମ୍ୱର୍ଦ୍ଧନା ପାଇବା ପରେ ପୁରୀ ଗସ୍ତ କରିଥିଲେ ଜୟ। ସେଠାରେ ମହାପ୍ରଭୂଙ୍କ ଦର୍ଶନ କରିଥିଲେ। ସେପଟେ ନୂଆପଡ଼ାରେ ଶୋଚନୀୟ ପରାଜୟ ପରେ ବିଜେଡି ଶିବିରରେ ମାନସମନ୍ଥନ ଆରମ୍ଭ ହୋଇଛି। ନବୀନଙ୍କ ନାଁରେ ଥିବା ଭୋଟ ବ୍ୟାଙ୍କ ଗଲା କୁଆଡ଼େ। ବିଜେଡିର ବରିଷ୍ଠ ନେତାଏ କହିଲେଣି, ନୂଆପଡ଼ା ଉପନିର୍ବାଚନ ବଡ଼ ଶିକ୍ଷା ଦେଇଛି। ତା ସତ୍ତ୍ୱେ ନବୀନଙ୍କ ଲୋକପ୍ରିୟତା ଅତୁଟ ରହିଛି। ବିଜେଡି ପ୍ରତି ଲୋକଙ୍କ ବିଶ୍ୱାସ ଓ ଆସ୍ଥାରେ କେଉଁଠି ଗ୍ୟାପ୍ ରହିଗଲା, ଦଳ ସମୀକ୍ଷା କରିବ ବୋଲି କହିଛନ୍ତି ସୁବାଷ ସିଂ। ନବୀନଙ୍କ ଲୋକପ୍ରିୟତା ଅତୁଟ ଥିଲା ବେଳେ ଦଳର ଏଭଳି ଶୋଚନୀୟ ପରାଜୟ ପଛର କାରଣକୁ ଖୋଜିବା ଜରୁରୀ। ନବୀନ ଦଳ ସୁପ୍ରିମୋ ଭାବେ ନିଜେ ସମୀକ୍ଷା କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ପ୍ରଫୁଲ୍ଲ ସାମଲ। ନୂଆପଡ଼ାରେ କଂଗ୍ରେସ ହାରିଛି ସତ। କିନ୍ତୁ ଘାସିରାମଙ୍କୁ ଅସଲ ହିରୋ ଭାବେ ଆଖ୍ୟା ଦେଇଛି ସୋସିଆଲ ମିଡିଆ। ଏହାର ଆଧାର ବି ରହିଛି। ନୂଆପଡ଼ାରେ ସବୁଠୁ ଯୋଗ୍ୟପ୍ରାର୍ଥୀ ଭାବେ ଘାସିରାମଙ୍କୁ ବିବେଚନା କରାଯାଉଛି। ୫ ଥର ହାରି ବି ନିରନ୍ତର ଲୋକସମ୍ପର୍କ ରଖିବା କଥାକୁ କେବେ ଭୁଲିନଥିଲେ ଘାସିରାମ। ଘାସିରାମଙ୍କ ଲାଗି କୌଣସି ବ୍ୟୟବହୁଳ ପ୍ରଚାର ନଥିଲା। ନା ବଡ଼ ସମାବେଶ ନା ରୋଡ୍ ସୋ। ଏକା ଏକା ଘରକୁ ଘର ବୁଲି ମାଗିଥିଲେ ଭୋଟ୍। ପରିଶ୍ରମର ଫଳସ୍ୱରୂପ ଏଥର ବି ଦ୍ୱିତୀୟ ସ୍ଥାନରେ ରହିଲେ। ବିଜେଡିକୁ ପଛରେ ପକାଇଦେଲେ। ଭକ୍ତଙ୍କ ରଣନୀତି
ଠିକ୍ ନଥିଲା। ଅନ୍ୟ ଦଳ ଭଳି ଟଙ୍କା ଖର୍ଚ୍ଚ କରିପାରିଲାନି କଂଗ୍ରେସ। ଦଳ ପକ୍ଷରୁ ଘାସିରାମଙ୍କୁ ସେତିକି ସହଯୋଗ ମିଳିଲାନି। ନୂଆପଡ଼ା ଉପନିର୍ବାଚନ ଜନାଦେଶ ସର୍ବୋପରି ଆସ୍ଥା, ଆତ୍ମବିଶ୍ୱାସ ଓ ଆତ୍ମସମୀକ୍ଷାର ବାର୍ତ୍ତା ଦେଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *