ବିଜା ଖମନ ଜଙ୍ଗଲରେ ଭାଲୁ ଆତଙ୍କ, ଭାଲୁ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Spread the love

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବିଜା ଖମନ ଜଙ୍ଗଲରେ ବଣୁଆ ଭାଲୁ ଆତଙ୍କ ଖେଳିଯାଇଛି । ଦୁଇ ଦିନ ତଳେ ବିରୁନପଦର ଗ୍ରାମର ୭୦ ବର୍ଷର ବୃଦ୍ଧଙ୍କୁ ଆକ୍ରମଣ କରିଥିଲା । ସେତେବେଳ ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ ବୃଦ୍ଧର ୩୫ ବର୍ଷର ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । କୋମନା ବନ ବିଭାଗ ପକ୍ଷରୁ ଆଜି ଏହି ଭାଲୁ ଆକ୍ରମଣ ଘଟଣାର ତଦନ୍ତ କରିବାକୁ ପାଞ୍ଚରୁ ଉର୍ଦ୍ଧ କର୍ମଚାରୀ ଯାଇଥିଲେ । ବିଜାଖମନ ଜଙ୍ଗଲ ନିକଟସ୍ଥ ଏକ ପୋଖରୀ ତଳେ ଭାଲୁ ରହିଥିଲା । ଏହି ସମୟରେ ବନ କର୍ମଚାରୀଙ୍କୁ ଦେଖି ଭାଲୁ ଆକ୍ରମଣ କରିଅଛି । ଏହି ଆକ୍ରମଣ ଫରେଷ୍ଟର ଗୋପାଳ ମହାନନ୍ଦ ଗୁରୁତର ଆହତ ହୋଇଛନ୍ତି । ସେହିପରି ବନ କର୍ମଚାରୀ ସାଗର ଠେଲା, ଶ୍ରୀ ତାଣ୍ଡି ଏବଂ ବିରୁନ ପଦର ଗ୍ରାମର ବନରକ୍ଷୀ ସନ୍ତୋଷ ଡୁଣ୍ଡିଙ୍କୁ ଭାଲୁ ଆକ୍ରମଣ କରିଅଛି । ସମସ୍ତଙ୍କୁ ଉଦ୍ଧାର କରି କୋମନା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଭାଲୁ ଆକ୍ରମଣରେ ଫରେଷ୍ଟର ଗୋପାଳ ମହାନନ୍ଦ ବିଶେଷ ରୂପେ ଆହତ ହୋଇଥିବା ଜଣାପଡିଅଛି ।

Leave a Reply

Your email address will not be published. Required fields are marked *