ଫେବୃଆରୀ ୧୭ରୁ ବିଧାନସଭାର ବଜେଟ୍ ଅଧିବେଶନ..

ଫେବୃଆରୀ ୧୭ରୁ ବିଧାନସଭାର ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ୧୭ରୁ ୨୪ ତାରିଖ ଯାଏ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ ୮ ଯାଏ ଚାଲିବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ ଗୃହରେ। ୨୦ ତାରିଖରେ ଆସିବ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍। ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ୨୩ ଓ ୨୪ ଫେବୃଆରୀରେ ବଜେଟ୍ ଉପରେ ଆଲୋଚନା ହେବ। ଏହା ପରେ ପୁଣି ମାର୍ଚ୍ଚ ୯ରୁ ଆରମ୍ଭ ହେବ ଗୃହ। ମାର୍ଚ୍ଚ ୩୧ରେ ବ୍ୟୟମଞ୍ଜୁରୀ ବିଲ୍ ଆସିବ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *