ଓଡିଶାରେ କଂଗ୍ରେସ ଯୋଡ

Spread the love

() ହାତକୁ ହାତ ଯୋଡ ପାଇଁ କଂଗ୍ରେସର ବିଭିନ୍ନ ବିଭାଗ ଓ ସେଲ ର କର୍ମକର୍ତ୍ତା ଓ ସଭାପତି ମାନଙ୍କ ସହ ବୈଠକ l  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବସିଥିଲା ବୈଠକ l ବୈଠକରେ ବିଭିନ୍ନ ସେଲ ର କର୍ମକର୍ତ୍ତା ଓ ସଭାପତି ମାନେ ଯୋଗ ଦେଇ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ଜାନୁୟାରୀ 26 ତାରିଖରୁ ସଫଳ କରିବା ତଥା ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ସହ ଜନସାଧାରଣ କିପରି ଅଧିକ ଦଳ ସହ ଯୋଡ଼ି ହୋଇପାରିବେ ସେ ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ ରାଜ୍ୟ ପର୍ଯ୍ୟବେକ୍ଷକ ଓ ପିସିସି ସଭାପତି l

ହାତକୁ ହାତ ଯୋଡ, ଓଡିଶାରେ କଂଗ୍ରେସକୁ ଯୋଡ l ୯ ତାରିଖରୁ ବନ୍ଦ ଥିବା ଭାରତ ଯୋଡ ଯାତ୍ରା ପୁଣି ଆରମ୍ଭ କରିବ ଓଡିଶା କଂଗ୍ରେସ l ମିଶନ ୨୪ ଲକ୍ଷ୍ୟ,୯ ରୁ ୯୦ ପାଇଁ ଅଙ୍କକଷା l ସେପଟେ ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, ଯୋଗ ଦେବେ ହାତକୁ ହାତ ଯୋଡ କାର୍ଯ୍ୟକ୍ରମରେ l ଦୁଇଦିନିଆ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରିଷ୍ଠ ନେତା, ବିଧାୟକ, ବିଭିନ୍ନ ସେଲର କର୍ମକର୍ତ୍ତା  ଓ ବିଭିନ୍ନ ବିଭାଗର ସଭାପତି ଙ୍କ ସହ ଆଲୋଚନା ହୋଇଛି l ୨୪ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଭାରତ ଯୋଡ ସହ ଆରମ୍ଭ ହେବ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ l ତୃଣମୂଳ ସ୍ତରରୁ ଭୋଟରଙ୍କୁ ଏକଜୁଟ କରିବା ସହ  ପଂଚାୟତସ୍ତର, ବ୍ଲକସ୍ତର ଓ ରାଜ୍ୟ ସ୍ତରରେ ରାଲି କରାଯାଇ ଜନସାଧାରଣଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିବ କଂଗ୍ରେସ l ସେପଟେ କଂଗ୍ରେସ ରାଜ୍ୟ ପର୍ଯ୍ୟବେକ୍ଷକ ତାରିକ ହମିଦ କାରା ମଧ୍ୟ ସମସ୍ତଙ୍କ ସହ ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଛନ୍ତି l ସେପଟେ ଓଡିଶାରେ ସଂଗଠନ ସୁଦୃଢ ହେବ ଓ ସରକାରକୁ ଆସିବ ବୋଲି ଦମ୍ଭୋକ୍ତି ବଢିଛନ୍ତି ରାଜ୍ୟ ପର୍ଯ୍ୟବେକ୍ଷକ l ସେପଟେ ଆଗାମୀ ଦିନର କାର୍ଯ୍ୟକ୍ରମ ପାଇଁ ଓଡିଶା ଆସିବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଏଆଇସିସି ସଭାପତି ମଲିକାର୍ଜୁନ ଖର୍ଡଗେ l ଅନ୍ୟପଟେ ହାତକୁ ହାତ ଯୋଡ କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀ ଘରକୁ ଘର ବୁଲି ଜନସାଧାରଣଙ୍କ ସଚେତନ କରାଇବେ ତାସହ ୯ ରୁ ୯୦ ସ୍ବପ୍ନ ସଫଳ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି l

ଯୋଜନା ଠିକ, ଲକ୍ଷ୍ୟ ଠିକ ଓ ଲୋକମାନଙ୍କ ପାଖରେ ପହଞ୍ଚି ସଚେତନ କରାଇବା ମଧ୍ୟ ଠିକ, ହେଲେ ଏଥିପାଇଁ ଉପଯୁକ୍ତ ଯୋଜନା କରିବା ଦରକାର, ଯାହା ରାଜ୍ୟ କଂଗ୍ରେସ କରିନାହିଁ l ଓଡିଶାରେ ଭାରତ ଯୋଡ ଯାତ୍ରାର କୌଣସି ସେପରି ପ୍ରଭାବ ପଡ଼ିନାହିଁ ଯେପରି ଅନ୍ୟ ଜାଗାରେ ପଡିଛି l ଭାରତ ଯୋଡ ଯାତ୍ରା ହେଉ କି ହାତକୁ ହାତ ଯୋଡ ଯାତ୍ରା, ତାହା ଓଡିଶା ଭ୍ରମଣ ନ ହେଉ..! ବରଂ ଉପଯୁକ୍ତ ଯୋଜନା କରି ଲୋକଙ୍କ ପାଖରେ ପହଁଚିଲେ କଂଗ୍ରେସ ଉର୍ନ୍ନତି କରିପାରିବ ନଚେତ ସ୍ଥିତିରେ ସୁଦ୍ଧାର ଆସିନପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ l

ଅସ୍ତିତ୍ୱ ହରାଇଆସୁଥିବା ଦଳ, ଆଗକୁ ଓଡିଶାରେ କେତେଦୂର ତିଷ୍ଠି ପାରୁଛି ଓ ୯ ରୁ ୯୦ ସ୍ୱପ୍ନ ନା ସଫଳ ହେବାରେ ଆଭାସ ଆଗାମୀ ଦିନରେ ଦେଖୁବାକୁ ମିଳିବ ତାହାରି ଉପରେ ନଜର….

ସିମ୍ପୁଲ ନାୟକ

Leave a Reply

Your email address will not be published. Required fields are marked *