ଜୁଲାଇରେ ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା

Spread the love

ନୂଆଦିଲ୍ଲୀ : ଆଗାମୀ ଜୁଲାଇ ମାସରେ ଉଭୟ ଦେଶରେ ଓ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ।

ସେ ଜୁଲାଇ ମାସର ମୌସୁମୀ ବର୍ଷା ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦେଶରେ ଜୁଲାଇ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ସ୍ଵାଭାବିକରୁ ଅଧିକ ବର୍ଷା ହେବ । ସେ କହିଛନ୍ତି ଯେ, ୯୪ ରୁ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ଜୁଲାଇ ମାସରେ ବଙ୍ଗୋପସାଗରରେ ଦୁଇରୁ ଅଧିକ ଲଘୁଚାପ ହେବାର ସମ୍ଭାବନା ରହିଛି । ଜୁଲାଇ ୪ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

ଏହା ଲଘୁଚପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ଭଲ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଜୁନ ମାସରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ନିଅଣ୍ଟିଆ ବର୍ଷା ନେଇ ଆକଳନ କରିଥିଲା ।

Leave a Reply

Your email address will not be published. Required fields are marked *