ଦିନିକିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର । ପ୍ରଥମେ ବ୍ରହ୍ମପୁରରେ ପହଞ୍ଚି ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଏହାପରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିରରେ ପ୍ରଥମେ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା କରିବା ପରେ ମନ୍ଦିରରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ମନ୍ଦିରର ଉନ୍ନୟନ କାର୍ଯ୍ୟ କିଭଳି ଚାଲିଛି ଓ ଭକ୍ତ ମାନେ କେତେ ସୁରୁଖୁରୁରେ ମା’ଙ୍କୁ ଦର୍ଶନ କରୁଛନ୍ତି ସେ ନେଇ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।
ଏହାପରେ ସନ୍ଧ୍ୟାରେ ବ୍ରହ୍ମପୁର ଆଇଟିଆଇରେ ପହଞ୍ଚିଥିଲେ ପ୍ରମୁଖ ସଚିବ । ଆଇଟିଆଇ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା କଳାକୃତି ଗୁଡିକୁ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦକ୍ଷତା ପାଇଁ ପ୍ରଶଂସା କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now