ଓଡ଼ିଶା ଲିଗାଲ୍ ମେଟେରୋଲୋଜି ରିପେୟାରସ ଆସୋସିଏସନ୍‌ର ଜେନେରାଲ ବଡି ମିଟିଙ୍ଗ୍ ଅନୁଷ୍ଠିତ

Spread the love

ଭୁବନେଶ୍ୱର : ଆଜି ଭାରତୀୟ ବିଦ୍ୟାଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ଲିଗାର ମେଟେରୋଲୋଜି ରିପେୟାରସ୍ ଆସୋସିଏସନ୍‌ର ତୃତୀୟ ବାର୍ଷିକୀ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ମାପ ଓଜନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ କୈଳାସ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜରେ ବସବାସ କରୁଥିବା ପ୍ରତ୍ୟେକ ନାଗରିକ ବା ଖାଉଟିମାନଙ୍କ ପାଇଁ ଏହି ବିଭାଗର କାର୍ଯ୍ୟ ଅତ୍ୟନ୍ତ ସୁରକ୍ଷିତ ଓ ସମ୍ମାନର ସହିତ ସଠିକ୍ ପରିଚାଳନା କରିଚାଲିଛି । ଆଜିର ବଜାରରେ ଖାଉଟିମାନଙ୍କୁ ସବୁ ଦ୍ରବ୍ୟର ମାପ ଓ ଓଜନରେ ଯେଭଳି ଭାବେ ଠକାମିର ଶିକାର ନ ହୁଅନ୍ତି ଓ ବ୍ୟବସାୟୀ ବନ୍ଧୁମାନେ ଯେପରି ଖାଉଟିମାନଙ୍କର ସରଳତାର ସୁଯୋଗ ନେଇ କିଛି ଭୁଲ୍ ନ କରନ୍ତି, ସେଥିପ୍ରତି ଉଚିତ୍ ଧ୍ୟାନ ଦେଇ ବିଭିନ୍ନ ପ୍ରକାର ସଚେତନା କାର୍ଯ୍ୟକ୍ରମ ଏହି ବିଭାଗ କରିଆସୁଥିବା ବେଳେ ମାପ ଓଜନ ସମ୍ବନ୍ଧୀୟ ସବୁ ଅତ୍ୟାବଶ୍ୟକୀୟ ଯନ୍ତ୍ରପାତିର ରିନୋଭେସନ୍ ଓ ରିପେୟାରିଂ ଦାୟିତ୍ୱକୁ ଆପଣମାନେ ନିଷ୍ଠାର ସହ ପ୍ରତିପାଦନ କରିଆସୁଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଆସୋସିଏସନର ସଦସ୍ୟ ସଂଖ୍ୟା ରାଜ୍ୟରେ ପ୍ରାୟ ୨୦୦ ଓ ଆମ ସଂଗଠନର ଆଜି ତୃତୀୟ ସାଧାରଣ ପରିଷଦ ବୈଠକ ଆମ ସହକର୍ମୀ ମାନଙ୍କ ମଧ୍ୟରେ କାର୍ଯ୍ୟଦକ୍ଷତା ବଢ଼ାଇବା, ମନୋବଳ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଏହିଭଳି ବୈଠକ ବସେ । ରାଜ୍ୟରେ ଓଜନ ଓ ମାପ କାମକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ଆଲୋଚନା କରିବା ଏବଂ ଆସୋସିଏସନ୍‌ର କାର୍ଯ୍ୟକ୍ରମ ଠିକ୍ ଭାବେ ଚାଲିଚି ନା ନାହିଁ ଆଲୋଚନା କରିବାକୁ ଏହି ବୈଠକରେ ଆବଶ୍ୟକତା ପଡ଼ିଲା ବୋଲି କହିଛନ୍ତି ଆସୋସିଏସନ୍‌ର ସାଧାରଣ ସମ୍ପାଦକ ନୀଳମଣି ପଣ୍ଡା । ଓଜନ ଓ ମାପ ପରିଚାଳନା ପାଇଁ ଲିଗାର ମେଟେରୋଲୋଜି ବିଭାଗ ସୁନା ଗହଣା ଦୋକାନ, ପେଟ୍ରୋଲ୍ ପମ୍ପ, ସବୁଦିନିଆ ହାଟରେ ଚାଲୁଥିବା ବିଭିନ୍ନ ଦୋକାନ, ସିମେଂଟ, ରଡ ଓ କପଡ଼ା ଦୋକାନ ଭଳି ବହୁ ଦୋକାନମାନଙ୍କରେ ଚାଲୁଥିବା ବ୍ୟବସାୟ ସମୟରେ ମାପ ଓ ଓଜନ ପାଇଁ ବ୍ୟବହୃତ ଯନ୍ତ୍ରପାତିର ରିପେୟାରିଂ କରିବା ସଠିକ୍ ପରିଚାଳନା କରିବା ଆମ ଭାଇମାନଙ୍କ ଦ୍ୱାରା ସମ୍ଭବ ହୋଇପାରିଥିବାରୁ ମୁଁ ଗର୍ବିତ ଓ ଆଜି ସାଧାରଣ ପରିଷଦ ବୈଠକରେ ସବୁ ଆଲୋଚନା ହେବା ସହ ଆମର ସରକାରଙ୍କ ପାଖରେ କୌଣସି ଦାବି ନାହିଁ ବୋଲି କହିଛନ୍ତି ଆସୋସିଏସନର ରାଜ୍ୟ ସଭାପତି ସୁଧୀର କୁମାର ଦାସ । ଆମ ଆସୋସିଏସନ୍‌ରେ ଯାହାର ଯେତେବେଳେ ଅସୁବିଧା ହେଲେ ଆର୍ଥିକ ସୁବିଧା ଯୋଗାଇ ଦିଆଯାଏ । ଏପରିକି, କ୍ୟାନ୍‌ସର, ହାର୍ଟ ଭଳି ବିଭିନ୍ନ ଦୁରାରୋଗର ଚିକିତ୍ସା ପାଇଁ ସାହାଯ୍ୟ ଓ ସହଯୋଗ କରାଯାଇଥାଏ ବୋଲି କହିଛନ୍ତି ସଭାପତି ଶ୍ରୀ ଦାସ । ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ଉପଦେଷ୍ଟା ସଂଗ୍ରାମ କେଶରୀ ମହାନ୍ତି ଉପସ୍ଥିତ ରହି ସଭାର ସମସ୍ତ କାର୍ଯ୍ୟ ପରିଚାଳନା କରିବା ସହ ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *