ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠାକୁ ବିରୋଧ, ଆଗେ ପଟା ପରେ ପ୍ଲାଂଟ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅଂଚଳରେ ସ୍ଥାପନ ହେବାକୁ ଥିବା ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠାରେ ବାଧା ସୃଷ୍ଟି ପାଇଁ ଉଦ୍ୟମ ଜାରି ରହିଛି । କିଛିଦିନ ତଳେ କମ୍ପାନୀ ପକ୍ଷରୁ ମାଟି ପରୀକ୍ଷା ପାଇଁ ଆସିଥିବା କର୍ମକର୍ତାଙ୍କୁ ବିରୋଧ କରାଯାଇ ଆଗେ ପଟା ଦିଅ ପରେ ଷ୍ଟିଲ ପ୍ଲାଣ୍ଟ କରିବ ବୋଲି ନାରା ଦିଆଯାଇ ଥିଲା । ବାଧ୍ୟହୋଇ କର୍ମକର୍ତା ମାନେ ଫେରି ଯାଇଥିଲେ । ଅନ୍ୟ ଜିଲ୍ଲାରୁ ଆସିଥିବା କିଛି ଶିଳ୍ପ ବିରୋଧୀ ବ୍ୟକ୍ତି ସେ ଅଂଚଳରେ ସଭା ସମିତି କରି ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠାକୁ ବିରୋଧ କରିବା ଜାରି ରଖିଛନ୍ତି । ଏଠାରେ ସୁଚନା ଯୋଗ୍ୟ ଦେଶ ସ୍ୱାଧୀନ ହେବା ଓ ବଙ୍ଗଳାଦେଶ ଗଠନ ସମୟରେ ପୂର୍ବବଙ୍ଗରୁ କେତେକ ବ୍ୟକ୍ତି ଶରନାର୍ଥୀ ଭାବେ ଆମ ଦେଶକୁ ଆସିଥିଲେ । ସରକାର ସେମାନଙ୍କୁ ଶରଣାର୍ଥୀ ହିସାବରେ ମହାକାଳପଡା ରାମନଗର, ଖରନାସୀ, ବତୀଘର ପ୍ରଭୃତି ଅଂଚଳରେ ରହିବା ପାଇଁ ସ୍ଥାନ ଦେଇଥିଲେ ଓ କେ ଫର୍ମ ମାଧ୍ୟମରେ ୨୦୧୧ ପର୍ଯ୍ୟନ୍ତ ଖଜଣା ଜଳକର ଦେଇ ଆସୁଥିଲେ । ପରବର୍ତୀ ସମୟରେ ଅନ୍ୟ କେତେକ ଅନୁପ୍ରବେଶ କାରୀ ଏମାନଙ୍କ ସହ ମିଶି ରହିଯିବା ଫଳରେ ଜିଲ୍ଲାର ସେହି ସବୁ ଅଂଚଳରେ ସେମାନଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଜଙ୍ଗଲ ଜମି, ସରକାରୀ ଜମି, ଅନାବାଦୀ , ଗୋଚର ପ୍ରଭୃତି ଜମି ଗୁଡିକ ଜବର ଦଖଲରେ ରହିଛି । ଏବେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ବେଳେ ଏମାନଙ୍କ ବିରୋଧ ଜିଲ୍ଲାର ବିକାଶରେ ବାଧକ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଆଜି ଏହି ୩ଗୋଟି ପଂଚାୟତର ସରପଂଚ, ନୋମିନିମାନଙ୍କୁ ନେଇ ଏକ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ସେଥିରେ ମଧ୍ୟ ଆଗେ ପଟା ଦିଅ, ପରେ ପ୍ଲାଣ୍ଟ କର ବୋଲି ସ୍ୱର ଶୁଣିବାକୁ ମିଳିଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା ସମେତ ବହୁ ଉଚ୍ଚ ପଦସ୍ଥ ଅଫିସର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *