ନବ ଦାସ ହତ୍ୟା ଘଟଣାରେ ମନଗଢା ଅଭିଯୋଗ କରୁଛନ୍ତି ବିରୋଧୀ: ବିଜେଡି

Spread the love

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡିଶା ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠି ସ୍ୱର୍ଗତ ନବ କିଶୋର ଦାସଙ୍କ ହତ୍ୟା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ମିଥ୍ୟା ଏବଂ ମନଗଢା ଅଭିଯୋଗ ଆରୋପ କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ।

ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତି ଏକ ବିବୃତିରେ କହିଛନ୍ତି ଯେ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଶସ୍ତା ରାଜନୀତି କରିବା ଯୋଗୁଁ ଝାରସୁଗୁଡାବାସୀ ଉପନିର୍ବାଚନରେ ଏହାର ଉପଯୁକ୍ତ ଉତର ଦେଇଥିଲେ । ଏଭଳି ଉଦ୍ଦେଶ୍ୟ ପ୍ରଣୋଦିତ ବିବୃତିର ଜବାବ ଦେବାରେ ବିଜେଡି ବିଶ୍ୱାସ କରେ ନାହିଁ । ଯଦି ଆପଣଙ୍କ ନିକଟରେ କୌଣସି ତଥ୍ୟ କିମ୍ବା ସୂଚନା ଅଛି, ତେବେ ଏଭଳି ମନଗଢା ବିବୃତି ଦେବା ବଦଳରେ ତାହାକୁ ତଦନ୍ତକାରୀ ସଂସ୍ଥା କିମ୍ବା ଅଦାଲତଙ୍କ ନିକଟରେ ଦାଖଲ କରନ୍ତୁ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *