କେନ୍ଦୁଝର ଜିଲ୍ଲା କୁସୁମିତା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲାରେ କ୍ଷତିପୂରଣ ଦେବାକୁ ନିର୍ଦେଶ

Spread the love

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା କୁସୁମିତା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲାରେ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ମାନବିକ ଅଧିକାର ଆୟୋଗ ।

ଆୟୋଗ ମୃତ ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨ ମାସ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଏଥିରେ କୁହା ଯାଇଛି ।

ଉଲ୍ଲେଖନୀୟ ଯେ, ଗତ ୨୦୧୪ ଫେବୃଆରୀ ୨୬ ତାରିଖରେ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ଫୁଡ ପଏଜନିଙ୍ଗ କାରଣରୁ ୧୧ ବର୍ଷୀୟ ନାବାଳିକାର ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *