ଭଦ୍ରକ – ଆଇଏଏସ୍ ପାଇଲେ ସୁଶ୍ରୀ ସୋଭାଙ୍ଗୀ ଖୁଂଟିଆ 

Spread the love

ଭଦ୍ରକ : ସର୍ବଭାରତୀୟ ସ୍ତରରେ ୨୪୮ ର୍ୟାଙ୍କରେ ସ୍ଥାନ ପାଇଛନ୍ତି ଭଦ୍ରକ ବଙ୍କ ସାହିର ସବିତା ଖୁଂଟିଆ । ସତ୍ୟନାରାୟଣ ଖୁଂଟିଆଙ୍କ ଏକମାତ୍ର କନ୍ୟା ସୁଶ୍ରୀ ସୋଭାଙ୍ଗୀ ଖୁଂଟିଆ । ଖବର ପାଇବା ପରେ ସାରା ପରିବାରରେ ଖୁସିର ମାହୌଲ ଖେଳିଯାଇଛି । ସୋଭାଙ୍ଗୀଙ୍କ ବାପା ଭଦ୍ରକ ସହରରେ ସାଇବର କାଫେ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ପୂର୍ବରୁ ସୋଭାଙ୍ଗୀ ଓଡ଼ିଶା ପ୍ରଶାସନିକ ସେବାରେ ୯୭ ର‌୍ୟାଙ୍କ ରଖି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଟ୍ରେନିଂରେ ଥିବାବେଳେ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତି କରିଥିଲେ । କିଛିଦିନ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା ପାଇଁ ପରୀକ୍ଷା ଦେଇଥିଲେ । ଯାହାର ଫଳ ଆଜି ଅପରାହ୍ନରେ ପ୍ରକାଶ ପାଇଛି । ଏ ବାବଦରେ ସୋଭାଙ୍ଗୀ କହନ୍ତି ଅପରାହ୍ନରେ ତାଙ୍କ ସାଙ୍ଗ ଠାରୁ ଆଇଏଏସରେ ୨୪୮ ର‌୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଫୋନ୍ କଲ ପାଇଥିଲେ । କିନ୍ତୁ ଶୋଭାଙ୍ଗୀ ଆଉ ଥରେ ପରୀକ୍ଷା ଫଳକୁ ସଠିକ୍ ଭାବେ ଦେଖିବା ପରେ ଜାଣିଥିଲେ ଆଇଏଏସ ପାଇଛନ୍ତି । ପରେ ସଂଗେ ସଂଗେ ପରିବାରକୁ ଜଣାଇଥିଲେ । ସବୁ ଜାଣିବା ପରେ ଖୁସିର ମାହୋଲ ଖେଳିବା ସହ ତାଙ୍କ ବାପାଙ୍କ ଆଖିରୁ ଖୁସିର ଲୁହ ବୋହିଥିଲା । ଶୋଭାଙ୍ଗୀଙ୍କର ପ୍ରତିକ୍ରିୟା ଥିଲା ତାଙ୍କୁ ଯଦି ସୁଯୋଗ ମିଳେ, ତେବେ ସେ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏ ସଫଳତାର ଶ୍ରେୟ ସେ ପୁରା ପରିବାରକୁ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *