ଦିଗପହଣ୍ଡି ଦୁର୍ଘଟଣା ମାମଲାରେ ଓଏସଆରଟିସି ବସ ଚାଳକ କୋର୍ଟ ଚାଲାଣ

Spread the love

ଭୁବନେଶ୍ୱର : ଦିଗପହଣ୍ଡିରେ ଗତ କାଲି ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ମାମଲାରେ ଓଏସଆରଟିସି ବସ ଚାଳକକୁ କୋର୍ଟ ଚାଲାଣ କରାଯାଇଛି । କୋର୍ଟ ଚାଲାଣ କରାଯିବା ପୂର୍ବରୁ ଡ୍ରାଇଭର ମାନସ ପ୍ରଧାନକୁ ମେଡ଼ିକାଲ ଚେକ୍ ଅପ ପାଇଁ ଦିଗପହଣ୍ଡି ମେଡ଼ିକାଲକୁ ଅଣାଯାଇଥିଲା ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବସର ଡ୍ରାଇଭର ମାନସ କହିଛନ୍ତି ଯେ ସେ ମଦ୍ୟପାନ କରି ନ ଥିଲେ । ତାଙ୍କ ବସକୁ ଘରୋଇ ବସ ଆଣିକି ପିଟିଛି । 12:30ରେ ଏଭଳି ଘଟଣା ଘଟିଲା।

ସେ କହିଛନ୍ତି ଯେ ତାଙ୍କର ଆଖି ପଡିନାହିଁ। ଗାଡି ରେ ଦୁଇ ଜଣ ଡ୍ରାଇଭର ରହିଥିଲୁ । ସେ ଓଏସଆରଟିସି ବସ ଦୁଇବର୍ଷ ଧରି ଚଲାଉଛନ୍ତି । ଘଟଣା ପରେ ସେ ନିଜେ ଡରରେ ଭୁବନେଶ୍ୱର ଯାଇଥିଲେ ଓ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଦିଗପହଣ୍ଡି ପୋଲିସ ତାଙ୍କୁ ଆଣିଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *