କଟକ: ଓଡିଶା ଟେକ୍ସଟାଇଲ କାରଖାନା ବା ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଆଗେଇ ଚାଲିଛି ପ୍ରକିୟାକରଣ। ଅଫିସିଆଲ ଲିକ୍ୟୁଡେଟରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି। ଗତ ୩ ତାରିଖ ସୁଦ୍ଧା ଏହି ପ୍ରକିୟା ଶେଷ ହୋଇଛି ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଏହି ପ୍ରକିୟାକୁ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଆଗେଇ ନେଉଥିବା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। ଜମି, ଆସବାବପତ୍ର ଓ ଆବାସିକ କ୍ବାଟର ଗୁଡିକୁ ଏହି ବ୍ୟବସ୍ଥା ମଧ୍ୟରେ ସାମିଲ କରାଯାଇଛି। ଇଡକୋକୁ ଦେଖାଶୁଣା ଦାୟିତ୍ବ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦେଶ ଯାହା ରହିବ ଜିଲ୍ଲା ପ୍ରଶାସନ ସେହି ଅନୁଯାୟୀ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି।
ଓଟିଏମକୁ ଡିସେମ୍ବର ୫ ତାରିଖ ସୁଦ୍ଧା ରାଜ୍ୟ ସରକାର ନିଜ ଅଧୀନକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଓଟିଏମକୁ ରାଜ୍ୟସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରି ଆବେଦନ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now