ତୁରନ୍ତ ସହାୟତା ପାଇ ଖୁସି ହେଲେ ପଦ୍ମଲୋଚନ

Spread the love

ସୁବର୍ଣ୍ଣପୁର : ଗତ ୪ ତାରିଖ ରେ ୫-ଟି ସଚିବ ଭି କେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଜିଲ୍ଲାର ଖଲିଆପାଲିକୁ ଗସ୍ତ କରି ଜନ ସାଧାରଣଙ୍କ ବିଭିନ୍ନ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ଉକ୍ତ ଦିନ ଖଲିଆପାଲି ନିବାସୀ ପଦ୍ମଲୋଚନ ନାଗ, ପି. ହରି ନାଗ ନିଜର ସ୍ଵାସ୍ଥ୍ୟର ଉଚ୍ଚ ଚିକିତ୍ସା ନିମନ୍ତେ ୫-ଟି ସଚିବଙ୍କୁ ସାକ୍ଷାତ ସହ ଦରଖାସ୍ତ ପ୍ରଦାନ କରିଥିଲେ। ଉକ୍ତ ଦରଖାସ୍ତର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନାଗଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ତିରିଶ ହଜାର ଟନ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କୁ ନିର୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ନାଗଙ୍କୁ ତୁରନ୍ତ ଉପରୋକ୍ତ ଆର୍ଥିକ ସହାୟତା ଅନଲାଇନ ଯୋଗେ ତାଙ୍କ ପାସ ବୁକରେ ପ୍ରଦାନ କରାଯାଇଛି। ତୁରନ୍ତ ଆର୍ଥିକ ସହାୟତା ପାଇ ନାଗ ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ତଥା ଜିଲ୍ଲାପ୍ରଶାସନକୁ ଧନ୍ୟବାଦ ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *