ପାଣ୍ଡିଆନଙ୍କୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଗଣେଶ୍ୱର ଓ ଜୟନାରାୟଣ। ଗଣେଶ୍ୱର କହିଥିଲେ, ହ୍ସିସିଲ ମାରିଲେ ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି ଜୟନାରାୟଣ। ତାହେଲେ ହ୍ୱିସିଲ ମାରିକି ଦେଖନ୍ତୁ। କେମିତି ବିଜେଡି ଭାଙ୍ଗିଯିବ। ଅବାସ୍ତବ କଥାରୁ ଦୂରେଇ ରୁହନ୍ତୁ ଜୟନାରାୟଣ। ବିଜେଡି ଅଧିକ ସଂଗଠିତ ହୋଇ ପୁଣି ଫେରିବ ବୋଲି କହିଛନ୍ତି ଗଣେଶ୍ୱର। ସେପଟେ ଗଣେଶ୍ୱରଙ୍କୁ କଡ଼ା କାଉଣ୍ଟର କରିଛନ୍ତି ଜୟନାରାୟଣ। ଗଣେଶ୍ୱର କଂଗ୍ରେସ ଛାଡ଼ି ନୂଆ ନୂଆ ବିଜେଡିକୁ ଆସିଛନ୍ତି। ନୂଆ ମୁଲ୍ଲା, କରତା ଜାଦା ହଲ୍ଲା। ବିଜେଡି ଆଉ ନାହିଁ। ଅଣ କଂଗ୍ରେସିଆ ସବୁ ବିଜେପିକୁ ଆସୁଛନ୍ତି। ସେଥିଲାଗି ହ୍ୱିସିଲ ମାରିଲେ ବିଜେଡି ଭାଙ୍ଗିଯିବ ବୋଲି କହିବା ପଛରେ ଯଥାର୍ଥତା ରହିଛି। ଅବଶ୍ୟ ଏହା କରିବାକୁ ଏବେ ବିଜେପି ଚାହୁଁନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now