ଆସିଲା ପାର୍ଟ-ପ୍ଲଟ୍ ପଞ୍ଜୀକରଣ ଲାଗି ଗାଇଡଲାଇନ୍। ନଗର ଉନ୍ନୟନ ବିଭାଗ ଏ ସମ୍ପର୍କିତ ଡ୍ରାଫ୍ଟ ପ୍ଲାନକୁ ସାର୍ବଜନୀନ କରିଛି। ଆପତ୍ତି ଅଭିଯୋଗରୁ ନେଇ ପ୍ରସ୍ତାବ ଆହ୍ୱାନ କରିଛି। ୧୫ ଦିନ ଭିତରେ ସାଧାରଣ ଜନତା ଏ ନେଇ ନିଜର ପ୍ରସ୍ତାବ ପଠାଇବେ। ପ୍ରସ୍ତାବକୁ ଅନୁଧ୍ୟାନ ପରେ ଚୂଡ଼ାନ୍ତ ଡ୍ରାଫ୍ଟ ପ୍ଲାନ୍ ପ୍ରକାଶ ପାଇବ। ଏହା ପରେ ରାଜସ୍ୱ ବିଭାଗ ଏହାକୁ ତର୍ଜମା ପରେ କ୍ୟାବିନେଟରେ ବାଜିବ ମୋହର। ତା ପରେ ଯାଇ ଲୋକେ ନିଜର ପାର୍ଟ-ପ୍ଲଟ୍ କିଣାବିକା କରିପାରିବେ। ଓଡିଏ ଆକ୍ଟ, ୧୯୮୨ର ସେକ୍ସନ ୧୬ ଅନୁସାରେ ଯଦି ସବ୍- ପ୍ଲଟର ଆକାର ୫ଶହ ବର୍ଗମିଟରକୁ କମ୍ ଥାଏ। ତା ହେଲେ କୌଣସି ରେଭିନ୍ୟୁ ପ୍ଲଟକୁ ଥରେ ସବ୍ ପ୍ଲଟ କରି ବିକିବାକୁ ଅନୁମତିରେ ରିହାତି ଦିଆଯିବ। ପୁଣି ଥରେ ପ୍ଲଟକୁ ଭାଗ ଭାଗ କରି ବିକିବାକୁ ହେଲେ, ଲେ-ଆଉଟ୍ ପ୍ଲାନ ବାଧ୍ୟତାମୂଳକ। ଏ ସବୁ ସବ୍- ପ୍ଲଟକୁ ରାସ୍ତା, ଜୋନ୍ ରେଗୁଲେସନ ଓ ଅନ୍ୟାନ୍ୟ ଅନୁମତି ଅପରିହାର୍ଯ୍ୟ। କିନ୍ତୁ ଟାଉନ ପ୍ଲାନିଂ ସ୍କିମରେ ମୂଳ ପ୍ଲଟକୁ ପୁଣି ଖଣ୍ଡ ଖଣ୍ଡ କରି ବିକିବାରେ ଓପନ୍ ସ୍ପେଶ୍ ଲାଗି ଜାଗା ସଂରକ୍ଷଣ ରଖିବା କି ସବପ୍ଲଟ ଲାଗି ଲେ-ଆଉଟ୍ ଆପୃଭାଲ ଆଉ ଜରୁରୀ ନୁହେଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now