ନବୀନ ପଟ୍ଟନାୟକ ଭୀଷଣ ମିଛ କୁହନ୍ତି। ପାଣ୍ଡିଆନଙ୍କ କଥାରେ ଆଜି ବି ପରିଚାଳିତ ନବୀନ। ପାଣ୍ଡିଆନ ନବୀନଙ୍କ ମୁହଁରେ ମିଛ କୁହାଇ ନବୀନଙ୍କ ଭାବମୂର୍ତ୍ତି ନଷ୍ଟ କରିସାରିଲେଣି। ପାଣ୍ଡିଆନ୍ ତାଙ୍କ ବିରୁଦ୍ଧରେ ବି ଷଡ଼ଯନ୍ତ୍ର କରିଥିଲେ ବୋଲି ପ୍ରେସମିଟରେ ବର୍ଷିଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ। ବିଜେଡିରେ ଆଉ କିଛି ନାହିଁ। ଦଳରେ କିଛି ଥିଲେ ସିନା ଗଢ଼ିବେ। ବିଜେଡିରେ କେବଳ ଗୋଟିଏ କଥା ଚାଲିଛି। ଆଉ ତାହା ହେଲା ଷଡ଼ଯନ୍ତ୍ର। ସେଥିଲାଗୀ କାହାକୁ ତାଗିଦ୍ କରିବାର ଅଧିକାର ବି ଆଉ ନାହିଁ। ନବୀନଙ୍କ ଚେତାବନୀ କିଛି କାଟୁ କରିବନି। ପାଣ୍ଡିଆନଙ୍କ ଲାଗି ବିଜେଡି ହାରିଲା। ଦଳର ବିପର୍ଯ୍ୟୟ ଲାଗି ସେ ହିଁ ଦାୟୀ ବୋଲି କହିଛନ୍ତି ପାଟ୍ଟଶାଣୀ। ବିଜେଡିରେ ନେତାଏ ଅଣନିଃଶ୍ୱାସୀ ହୋଇସାରିଲେଣି। ପାଣ୍ଡିଆନଙ୍କ ବିରୁଦ୍ଧରେ ସେ ଯେତେବେଳେ ମୁହଁ ଖୋଲିଥିଲେ, କେହି ବିଶ୍ୱାସ କଲେନି। ଏଭଳି ଢଙ୍ଗରେ ବିଷୋଦଗାର କରିଛନ୍ତି ପ୍ରସନ୍ନ। ଚିଲିକାରୁ ଲଢ଼ିବାକୁ ଟିକଟ ଚାହୁଁଥିଲେ ପାଟ୍ଟଶାଣୀ। କିନ୍ତୁ ତାଙ୍କ ଟିକଟ୍ କାଟିଦେଇଥିଲେ ପାଣ୍ଡିଆନ୍। ସବୁବେଳେ ପରବୁଦ୍ଧିର ଚାଲି ଚାଲି ବିଜେଡିକୁ ବୁଡାଇବାକୁ ବସିଲେଣି ନବୀନ। ଦଳ ପୁରା ବୁଡ଼ିଗଲେ ବି ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି।


Naxatra News is now on Whatsapp
Join and get latest news update delivered to you via whatsapp
Join Now