ବାତ୍ୟା ‘ଦାନା’ ପାଇଁ ପିପିଲି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ସମ୍ଭାବ୍ୟ ବାତ୍ୟା  ଦାନା  ର ମୁକାବିଲା ପାଇଁ  ପିପିଲି ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି I ପିପିଲି ବିଡ଼ିଓ ସରୋଜ ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପିପିଲି ତହସିଲଦାର ଦିଲ୍ଲୀପ କୁମାର ମାଝୀ, ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି, ମେଡିକାଲ ଅଫିସର ବିନୟ କୁମାର ପଣ୍ଡା, ବ୍ଲକ ଅଧକ୍ଷା ଦେବସ୍ବିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ ସ୍ୱାଇଁ, ଜିଲ୍ଲାପରିଷଦ ଧରଣୀଧର ସାହୁ, ସ୍ଥାନୀୟ ବିଧାୟକ ଆଶ୍ରୀତ ପଟ୍ଟନାୟକ ଙ୍କ ସହ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଯୋଗ ଦେଇ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ। ପିପିଲି ବ୍ଳକରେ  ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୪ଟି ସ୍ଥାୟୀ ମଲ୍ଟି ପ୍ରପୋଜ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି। ଏଥିସହ ୨୫ ଟି ପଞ୍ଚାୟତର ସରକାରୀ ସ୍କୁଲ ପରିସରରେ ୫୦ରୁ ୬୦ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି । ଏହାସହ ବାତ୍ୟା ପବନ ରେ ବଡ଼ ବଡ଼ ବୃକ୍ଷ ରାସ୍ତାରେ ପଡ଼ି ଅବରୋଧ ଯେପରି ହଟାଯିବ ଏବଂ ପ୍ରତ୍ୟେକ ଗ୍ରାମାଞ୍ଚଳ କୁ ଯୋଗାଯୋଗ  କରିବାରେ ଯେପରି ସମସ୍ୟା ନଉପୁଜିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଙ୍କ ନିଷ୍ପତ୍ତି ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଡ଼ିଓ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଜିରୋ କାଜୁଆଲିଟ୍‌ ଉପରେ ଗୁରୁତ୍ଵ ଦେଇଥିବା ବିଡ଼ିଓ ଶ୍ରୀଯୁକ୍ତ ରାଉତ କହିଛନ୍ତି । ଏହାସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପ୍ରତ୍ୟେକ ପିଏସସି ଓ ସିଏସସି  ସେଣ୍ଟର ରେ ମାତ୍ରାଧିକ ଔଷଧ ରଖାଯିବା ଏବଂ ଲୋକ ମାନଙ୍କ ସମସ୍ୟା ପାଇଁ ଯାହା ଆବଶ୍ୟକ ରହିବ ସେ ସମସ୍ତ ସୁବିଧା ଯୋଗାଇଦେବା କଥା କୁହାଯାଇଛି। ସେପଟେ ସମ୍ଭାବ୍ୟ ବାତ୍ୟାରେ ସାଧାରଣ ଲୋକଙ୍କ ଖାଦ୍ୟ ସମସ୍ୟା କୁ ଦୃଷ୍ଟିରେ ରଖି ଖାଉଟି ବିଭାଗୀୟ ଅଧିକାରୀ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ । ଖାଲି ବାତ୍ୟା ମୁକାବିଲା ସଭା କରି ସରକାରୀ କାମ ସାରିଦେଲେ ଚଳିବନି, ସାଧାରଣ ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି କଳାବଜାରୀ ନହେବ ସେ ନେଇ ପିପିଲି ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *