ବିଶ୍ୱ ପରିବେଶ ଦିବସରେ ଏବିପି ପକ୍ଷରୁ ଚାରା ରୋପଣ

Spread the love

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆଂଚଳିକ ବିକାଶ ପରିଷଦ(ଏବିପି) ପକ୍ଷରୁ ପରିବେଷ ସୁରକ୍ଷା ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ରୋପଣ କରାଯାଇଥିଲା । ନୂଆଗାଁ ଛକରୁ ଶୋଭାଯାତ୍ରା ବାହାରି ଲିଙ୍ଗରାଜ ମନ୍ଦିରଠାରେ ପହଂଚି ପ୍ରଭୁ ଲିଙ୍ଗରାଜଙ୍କୁ ବଉଳ ଗଛ ସମର୍ପିତ କରାଯାଇଥିଲା । ଏହାପରେ ଶତାଧିକ ଏବିପି ସଦସ୍ୟ, ରାଜନେତା, ବୁଦ୍ଧିଜୀବୀ ତଥା ପ୍ରକୃତିପ୍ରେମୀଙ୍କ ଦ୍ୱାରା ସଚେତନତା ସଭା ଓ ବୃକ୍ଷ ରୋପଣ କରାଯାଇଥିଲା । ବର୍ଷାକୁ ଆଖି ଆଗରେ ରଖି ଆଜିଠୁ ଦୁଇ ସପ୍ତାହ ଧରି ବୃକ୍ଷରୋପଣ କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଦିଲ୍ଲିପ ଶ୍ରୀଚନ୍ଦନ, ସ୍ଥାନୀୟ କର୍ପୋରେଟର ଚନ୍ଦ୍ରଶେଖର ମଲିଆ, ରାଜେନ୍ଦ୍ର ସମର୍ଥା, ମିଳିତ ମହାମଂଚର ଆବାହକ ଲିଙ୍ଗରାଜ ସାହୁ, ଶିକ୍ଷାବିତ୍ ରଜନି ରଞ୍ଜନ ଦାସ, ଆଂଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି ତଥା ସାହିତ୍ୟକ ଅକ୍ଷୟ ସ୍ୱାଇଁ, ସମ୍ପାଦକ ଅରୁଣ କୁମାର ପୁରୋହିତ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ପରିବେଶ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *