କାଗଜ କଳ ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ଦୁର୍ଦ୍ଦଶା

Spread the love

ଜୟପୁର : କାଗଜ କଳ ରୁ ଉତ୍ପାଦନ ହେଉଛି ଏବଂ ମାସକୁ କୋଟି କୋଟି ଟଙ୍କାର କାଗଜ ବିକ୍ରି ହେଉଛି । କିନ୍ତୁ ଶ୍ରମିକ ମାନଙ୍କ ଦୁର୍ଦ୍ଦଶା ଦୂର ହେଉନାହିଁ । ଆଜି ପର୍ଯ୍ୟନ୍ତ ପି ଏଫ୍ ପେନସନ ଗ୍ରାଚ୍ୟୁଇଟି ବକେୟା ପାଉଣା କିଛି ହେଲା ନାହିଁ । ୟୁନିଟ୍ ହେଡ୍ ବାସଭବନ ଆଗରେ ପ୍ରତୀକ ଧାରଣା ଗତ ଜାନୁଆରୀ ମାସ ୦୩ ତାରିଖରୁ ଆରମ୍ଭ ହୋଇଛି । ଆଜି ମୃତ ଶ୍ରମିକ ସ୍ୱର୍ଗତ ରବିନ୍ଦ୍ର ନାଥ ସୈ ।ରାଙ୍କ ବିଧବା ପତ୍ନୀ ଧାରଣା ରେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶ୍ରମିକ ଜୟରାମ ପ୍ରସାଦ ଯିଏକି ୧୯୮୫ ରୁ ବିହାର ରାଜ୍ୟରୁ ଆସି କାଗଜ କଳ ରେ ଫିନିସିୟର ଭାବେ କାମ କରୁଥିଲେ ସେ ୨୦୨୦ ଫେବୃଆରୀ ରେ ଅବସର ଗ୍ରହଣ କରିଥିଲେ । ତାଙ୍କର ଗ୍ରାଚ୍ୟୁଇଟି ବକେୟା ପାଉଣା ପେନସନ ମିଳିଲେ ଘରଭଡ଼ା ଓ ରେସନ ଦୋକାନ ବାକି ସୁଝି ଗାଁ କୁ ଯିବେ ବୋଲି ରହିଛନ୍ତି । ବର୍ତମାନ କିଛି ମାସ ହେବ କାଗଜ କଳକୁ ଯାଇ ଠିକାଦାର ପାଖରେ କାମ କରୁଥିଲେ ଜୀବନ ବଂଚେଇବା ପାଇଁ । ଗତ ଦୁଇ ଦିନ ତଳେ ଷ୍ଟ୍ରୋକ ଆସି ପଡ଼ିଗଲା ପରେ କୋରାପୁଟ ମେଡିକାଲ କଲେଜ ରେ ଚିକିତ୍ସା ନେଇ ଫେରିଛନ୍ତି । ବାମ ହାତ ଉଠୁନି , ନିଜେ ମଧ୍ୟ ଚାଲି ପାରୁ ନାହାଁନ୍ତି । ଶ୍ରମ ବିଭାଗ ଅଧିକାରୀ ଙ୍କୁ ଗୁହାରି କରିବା ପରେ ସେ କାଗଜ କଳ ମ୍ୟାନେଜମେଣ୍ଟ କୁ ଫୋନ୍ ଯୋଗେ ଏଭଳି ରୋଗଗ୍ରସ୍ତ ଏବଂ ମୃତ ଶ୍ରମିକଙ୍କୁ ତୁରନ୍ତ ସେମାନଙ୍କ ବକେୟା ପାଉଣା ଦେଇ ସମସ୍ୟା ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରକାଶ ଯୋଗ୍ୟ ଯେ ଗତ ୨୦୨୦ ରୁ ଏ କାରଖାନାକୁ ମଦର ଆର୍ଥ କମ୍ପାନୀ ହାତକୁ ନେଇଛି । ୨୦୨୨ରୁ ଉତ୍ପାଦନ ଆରମ୍ଭ ହୋଇଥିଲେ ମଧ୍ୟ ଶ୍ରମିକ ମାନଙ୍କ ସମସ୍ୟା ଦୂର କରିବାକୁ କୈାଣସି ପଦକ୍ଷେପ ନେଉ ନାହିଁ । ଆସନ୍ତା କାଲି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ପୁନର୍ବାର ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *