ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଜେଡିର ଦୁଇ ଯୁବନେତାଙ୍କ ନାମରେ ମାମଲା ରୁଜୁ। ସୂଚନା ଅନୁଯାଇ ଧର୍ମଶାଳା ବିଜେଡିର ଦୁଇ ଯୁବନେତା ସୁବ୍ରତ ଧଳ ଓ ମାନସ ମହାନ୍ତି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିବା ଘଟଣାରେ ଦୁଇ ଯୁବନେତାଙ୍କ ନାମରେ ଥାନାରେ ମାମଲା ରୁଜୁ କରିବା ସହ ପୋଲିସ ଦୁଇ ଯୁବ ନେତାଙ୍କୁ ଥାନାକୁ ଉଠାଇ ଆଣିଥିଲା। ଯାହାକୁ ନେଇ ଧର୍ମଶାଳା ଥାନାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଶତାଧିକ ସମର୍ଥକ ମାନେ ପହଂଚି ଥିଲେ। ଏ ନେଇ ପୂର୍ବତନ ବିଧାୟକ ଓ ଧର୍ମଶାଳା ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ। ସେ କହିଛନ୍ତି ଯେ, ଶାନ୍ତ ଧର୍ମଶାଳାକୁ ଅଶାନ୍ତ କରାଯାଉଛି। ଜାଣି ଶୁଣି ବିଜେଡି ନେତାଙ୍କ ନାମରେ ମାମଲା ରୁଜୁ କରି ହଇରାଣ ହରକତ କରାଯାଉଛି। ଲୋକଙ୍କୁ ସଠିକ ନ୍ୟାୟ ମଧ୍ୟ ମିଳୁନି। ଆଇନ ସମସ୍ତଙ୍କ ପାଇଁ ସମାନ ସେହି ଧାରାରେ ପୋଲିସ କାର୍ଯ୍ୟ କରୁ ଆଗାମୀ ଦିନରେ ଯଦି ଏହାର ପୁନରାବୃତ୍ତି ହୁଅ ତେବେ ପୋଲିସର ଉପରିସ୍ଥ ଅଧିକାରୀ ଙ୍କ ନିକଟରେ ଦ୍ୱାରସ୍ତ ହେବେ ବୋଲି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now