ବିଦ୍ୟା ଆବାସିକ ମହାବିଦ୍ୟାଳୟ ନିଖୋଜ ଛାତ୍ରୀଙ୍କୁ ଠାବ କଲା ପୁଲିସ

Spread the love

କୋରେଇ : ପାଣିକୋଇଲିସ୍ଥିତ ବିଦ୍ୟା ଅବାସିକ ମହାବିଦ୍ୟାଳୟରୁ ନିଖୋଜ ଛାତ୍ରୀକୁ ଠାବ କରିବାରେ ପୁଲିସ ସକ୍ଷମ ହୋଇଛି । ହେଲେ ଛାତ୍ରୀ ଜଣଙ୍କ ବିବାହ କରିସାରିଛି । ସେ ଜଣେ ସାବାଳିକା ହୋଇଥିବାରୁ ବିବାହ କରିବାର ଅଧିକାର ତାର ରହିଛି । ଅଭିଯୋଗରେ ଦର୍ଶାଯାଇଥିା ପୁରୁଷ ବନ୍ଧୁଙ୍କୁ ସେ ବିବାହ କରିଥିବା ତାକୁ ଠାବ ସମୟରେ ପୁଲିସ ଜାଣିବାକୁ ପାଇଛି । ବାଲେଶ୍ୱର ସଦରଥାନା ଅନ୍ତର୍ଗତ ନୀଳବାଗ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପାତ୍ର ସସ୍ତ୍ରୀକ ବିହାରରେ ରୁହନ୍ତି । ପରିବାରର ଅନ୍ୟମାନେ ଗାଁରେ ରୁହନ୍ତି । ପାଣିକୋଇଲି ବିଦ୍ୟା ଆବାସିକ ମହାବିଦ୍ୟାଳୟରେ ପୂର୍ଣ୍ଣଙ୍କ ଝିଅ ବର୍ଷାରାଣୀ ପାତ୍ର +୩ ଦ୍ୱିତୀୟ ବର୍ଷର ଛାତ୍ରୀ ଅଟେ । ଗତ ୨୨ ତାରିଖ ଗାଁରୁ ଆସି ବିଦ୍ୟାଳୟର ହଷ୍ଟେଲରେ ରହୁଥିଲା । ହଷ୍ଟେଲ ଯାଞ୍ଚ ସମୟରେ ତା ନିକଟରୁ ଏକ ମୋବାଇଲ ହଷ୍ଟେଲ ଇନଚାର୍ଯ୍ୟ ଧରିଥିଲେ । ଯେଉଁଥିରେ ତାର ଜଣେ ପୁରୁଷ ବନ୍ଧୁର ସୂଚନା ମିଳିଥିଲା । ଫଳରେ ତା ଠାରୁ ତା ମୋବାଇଲଟିକୁ ନେଇ ରଖାଯାଇଥିଲା । ବୁଧବାର ପାଣିକୋଇଲିରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବିଦ୍ୟା ଆବାସିକ ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନେ ଭାଗ ନେଇଥିଲେ । ବର୍ଷା ତାର ଦେହ ଭଲ ନାହିଁ କହି ହଷ୍ଟେଲରେ ରହିଥିଲା । ସମସ୍ତେ ଯିବା ପରେ ବର୍ଷା ହଷ୍ଟେଲରୁ ବାହାରି ଯାଇଥିଲା । ଯାହା ସିସିଟିଭି ଫୁଟେଜରୁ ଜଣାପଡିଥିଲା । ଏନେଇ ବିଦ୍ୟାଳୟ ଓ ପରିବାର ପକ୍ଷରୁ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରାଯିବାପରେ ଏକ ନିଖୋଜ ମାମଲା ୩୬/୨୩ ରୁଜ୍ଜୁ କରାଯାଇଛି । ପୁଲିସ ତଦନ୍ତ ଆରମ୍ଭ କରି ପ୍ରାଥମିକ ତଦନ୍ତରୁ ବର୍ଷା ତାର ପୁରୁଷ ବନ୍ଧୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅର୍ନ୍ତଗତ କୋଳିଗାଁ ଗ୍ରାମର ଚନ୍ଦନ ମଲିକଙ୍କ ସହ ଯାଇଥିବା ଜାଣିବାକୁ ପାଇଥିଲା । ପୁଲିସ ବାଲେଶ୍ୱର ଯାଇ ପହଞ୍ଚିବା ପରେ ବର୍ଷା ଚନ୍ଦନକୁ ବିବାହ କରିଥିବା ଦେଖି ତାଙ୍କ ପରିବାରକୁ ଓ ବିଦ୍ୟାଳୟକୁ ଜଣାଇଛି ।

Leave a Reply

Your email address will not be published. Required fields are marked *