ପୋଲିସ ଆର.ଆଇ. ବିନୋଦ ମେହେର ହତ୍ୟା ମାମଲା : ଛତ୍ରପୁରର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ୍

Spread the love

ଗଞ୍ଜାମ : ଏକ ହତ୍ୟା ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ଛତ୍ରପୁର ଏଡିଜେ-୩ କୋର୍ଟ । ଏହି ମାମଲାରେ ନାରାୟଣଙ୍କ ସମେତ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । ୧୯୯୮ ମସିହାରେ ସଂଗଠିତ ପୋଲିସ ଆର.ଆଇ. ହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜି ନିଜ ରାୟରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି କୋର୍ଟ ।

ମାମଲାର ବିବରଣୀରୁ ପ୍ରକାଶ ଯେ, ୧୯୯୮ ରେ ସିନ୍ଧି ଗାଁରେ ଏକ ମିଟିଂ ବେଳେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଓ ମାରପିଟ୍ ରେ ପୋଲିସ ଆର.ଆଇ. ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିଲା ।

ଆଜି ଏହି ଦଣ୍ଡାଦେଶ ପରେ ଗଣମାଧ୍ୟମ ନିକଟରେ ନିଜର ପ୍ରତିକ୍ରିୟା ରଖି ନାରାୟଣ ରେଡ୍ଡୀ କହିଛନ୍ତି ଯେ, ଏହା ସରକାରଙ୍କ ଦ୍ଵାରା ପ୍ରଭାବିତ ରାୟ, ସାଧାରଣ ଲୋକ, ଚାଷୀଙ୍କୁ ନ୍ୟାୟ ନାହିଁ, ସେଥିପାଇଁ ମୁଁ ମର୍ମାହତ, ତେବେ ଏହି ରାୟ ବିରୋଧରେ ଆଗାମୀ ଦିନରେ ଉପର କୋର୍ଟକୁ ଯିବୁ ।

Leave a Reply

Your email address will not be published. Required fields are marked *