ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଏକ ଦିବସୀୟ ବାଲେଶ୍ୱର ଗସ୍ତ

ବାଲେଶ୍ଵର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସୁରେଶ ପୂଜାରୀ ଜିଲ୍ଲାର ବିଭିନ୍ନ ରାଜସ୍ୱ, ଜମି ଅଧିଗ୍ରହଣ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରିଛନ୍ତି ।ଜିଲ୍ଲାରେ ଚାଲିଥିବା ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ପ୍ରସ୍ତୁତି ଓ କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିବା ଦିଗରେ ବୈଠକ ପ୍ରାରମ୍ଭରେ ଆଲୋଚନା ହୋଇଥିଲା I ତହସିଲ ଅଫିସରୁ ଯେପରି କୌଣସି ଲୋକ ସହାୟତା ବିନା ନ ଫେରୁ ସେ ବାବଦରେ ସମସ୍ତ ତହସିଲଦାରଙ୍କୁ ସଜାଗ ରହିବା ପାଇଁ ମାନ୍ୟବର ମନ୍ତ୍ରୀ ଉପଦେଶ ଦେଇଥିଲେ | ଆଗମୀ ଦିନରେ ରାଜସ୍ୱ ବିଭାଗ କିପରି ଲୋକଙ୍କ ନିକଟତର ହେବ ସେଥିପାଇଁ ଧ୍ୟାନ ଦେବାକୁ କହିଥିଲେ | ତହସିଲଦାର ଏବଂ ରାଜସ୍ୱ କର୍ମଚାରୀ ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦେବା ସହ ଲୋକାଭିମୁଖୀ ଯୋଜନା ଗୁଡିକ ପ୍ରଣୟନ ନିମନ୍ତେ ଦାୟିତ୍ୱବାନ ହେବାକୁ ସେ କହିଥିଲେ | ଆଗମୀ ଦିନରେ ରାଜସ୍ୱ ବିଭାଗ ମୋବାଇଲ ଦ୍ୱାରା ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ | ସମସ୍ତ ରାଜସ୍ୱ ଜମିର ରକ୍ଷା କରିବା ପାଇଁ ଅଧିକାରୀମାନେ ଚେଷ୍ଟିତ ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ | ଜାତି ପ୍ରମାଣପତ୍ରରେ ଉପୁଜୁଥିବା ବିଭିନ୍ନ ଅସୁବିଧା ଗୁଡିକ ବିଷୟରେ ଆଲୋଚନା କରିଥିଲେ ମନ୍ତ୍ରୀ | ସେହିପରି ଅସାଧୁ ଆକାରରେ ଆଦିବାସୀ ଜମି ହଡପ କରୁଥିବା ଲୋକଙ୍କ ପ୍ରତି ସରକାର କଡା ପଦକ୍ଷେପ ନେବ ବୋଲି ଜଣାଇଛନ୍ତି | ବସୁନ୍ଧରା ଯୋଜନାରେ ଯେଉଁ ମାନେ ଜମି ପାଇଁ ଯୋଗ୍ୟ ସେମାନଙ୍କୁ ଯଥା ଶୀଘ୍ର ଜମି ଦେବାକୁ ଜିଲ୍ଲା ପ୍ରଶାସନକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ | ଏହା ସହିତ ମାନ୍ୟବର ମନ୍ତ୍ରୀ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ପାଇଁ ଗଠିତ ଭିତ୍ତିଭୂମି ଏବଂ ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନର ପ୍ରସ୍ତୁତିକୁ ନିରୀକ୍ଷଣ କରିଥିଲେ। ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଅଭିଯୋଗ ଓ ବିବାଦଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *