ବଡ଼ ଠାକୁରଙ୍କ କାମରେ ରାଜନୀତି ପଶିବା ଉଚିତ୍ ନୁହେଁ : ମନମୋହନ ସାମଲ

Spread the love

ଭୁବନେଶ୍ୱର : ସମସ୍ତଙ୍କ ବଡ଼ ଠାକୁରଙ୍କ କାମରେ ରାଜନୀତି ପଶିବା ଉଚିତ୍ ନୁହେଁ । ରାଜନୀତି କରିବା ପାଇଁ ପୁରା ଓଡ଼ିଶା ଅଛି । ସାଢ଼େ 4 କୋଟି ଲୋକଙ୍କ ପାଇଁ ରାଜନୀତି କରାଯାଇପାରେ । କିନ୍ତୁ ବୃହତ୍ତର ସ୍ୱାର୍ଥ ଏବଂ ସାମାଜିକ ଦୃଷ୍ଟିକୋଣରୁ ବହୁତ କଥାରେ ରାଜନୀତି କରାଯିବା ଉଚିତ ନୁହେଁ । କିନ୍ତୁ ଆଜିକାଲି ଛୋଟ ଛୋଟ ବିଷୟରେ ରାଜନୀତି ବିଶେଷ ଭାବେ ପ୍ରଭାବିତ କରୁଛି । ବନକଲାଗି ନୀତି ନହୋଇପରିବା ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି ।

ସେ କହିଛନ୍ତି, କଂଗ୍ରେସ ଯାହା ଆରମ୍ଭ କରିଥିଲା, ସେଥିରେ ଏମାନେ ଚରମ ସୀମାରେ ପହଞ୍ଚିଲେଣି । ତେଣୁ ଏ ସବୁକୁ ବିଜେପି ନିନ୍ଦା କରୁଛି । ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ତୁରନ୍ତ ସରକାର ତାଙ୍କ ଜିଦ୍ଦିରୁ ଓହରିବା ଦରକାର । ପ୍ରଶାସନକୁ ଠିକ୍ ମାର୍ଗ ଦେଖାଇବା ସହ ପରାମର୍ଶ ଦେବା ଉଚିତ୍ । ପ୍ରଶାସନକୁ ଅନୁରୋଧ କଲେ ଯଦି କାମ ହେଉ ନାହିଁ, ତେବେ ସରକାର ଅର୍ଡର କରିବା ଉଚିତ୍ । ଏବଂ ତୁରନ୍ତ ଜଗନ୍ନାଥଙ୍କ ବିଷୟରେ ରାଜନୀତିରୁ ଓହରନ୍ତୁ ରାଜ୍ୟ ସରକାର । ନହେଲେ ସାଢ଼େ 4 କୋଟି ଲୋକଙ୍କ ମନରେ ଥିବା ଆଘାତ ଓ ପ୍ରତିକ୍ରିୟା ତାର ପ୍ରତିଫଳନ ନିଶ୍ଚିତ ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *