ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଲାଇଟ୍ କଟିବା ଘଟଣା, ରାଜ୍ୟପାଳଙ୍କୁ ରିପୋର୍ଟ ଦେଲେ ବିଶ୍ୱବିଦ୍ୟାଳୟର କୂଳପତି

Spread the love

ବାରିପଦା : ଗତ ୬ ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ଲାଇଟ୍ କଟି ଯିବା ଘଟଣାରେ ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ବିଶ୍ୱବିଦ୍ୟାଳୟର କୂଳପତି । ଏହି ବିଭ୍ରାଟ ପଛରେ ବିଶ୍ୱବିଦ୍ୟାଳୟର କୌଣସି ହାତ ନଥିବା ଏବଂ ଘଟଣାରେ ଜଣଙ୍କୁ ନିଲମ୍ବନ କରାଯାଇଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି ।   

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟ ଶାସନ ସଚିବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏନେଇ ରିପୋର୍ଟ ମାଗିଥିଲେ । ୭ ଦିନ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *