ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ କାଷ୍ଟିଂ କାଉଚ୍ ଆଭିୟୋଗ ଆଣିଲେ ପ୍ରକୃତି ମିଶ୍ର

Spread the love

ଓଲିଉଡ ଜଗତରେ କାଷ୍ଟିଂ କାଉଚ୍ ମାମଲା ପୁଣି ଜୋର ଧରିଛି । ଏଥର ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ଆଣିଛନ୍ତି କାଷ୍ଟିଂ କାଉଚ୍ ଆଭିୟୋଗ । ଅଭିନୟ ଦୁନିଆକୁ ନୂଆ କରି ପାଦ ଦେଉଥିବା ଝିଅମାନେ ଶୋଷଣର ଶିକାର ହୋଇଥାନ୍ତି । ସଞ୍ଜୟ ନାୟକ ସେମାନଙ୍କୁ କମ୍ପ୍ରମାଇଜ୍‌ କରିବାକୁ କହନ୍ତି ବୋଲି ପ୍ରକୃତି କହିଛନ୍ତି ।

ପ୍ରଯୋଜକ ସଞ୍ଜୟ ନାୟକ ପ୍ରକୃତି ମିଶ୍ରଙ୍କ ବୟାନକୁ ଖଣ୍ଡନ କରିବା ସହ ଏଥିପାଇଁ ପ୍ରକୃତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବେ ବାଲି ମଧ୍ୟ କହିଛନ୍ତି । ପ୍ରକୃତିଙ୍କ ଅଭିଯୋଗ ଉପରେ ସଞ୍ଜୟ କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ । ଯଦି କିଛି ଅଭିଯୋଗ ଆଣୁଛନ୍ତି, ତେବେ ତଥ୍ୟ ପ୍ରମାଣ ସହିତ ଅଭିଯୋଗ କରନ୍ତୁ ।

ବାବୁସାନ ଘଟଣା ବେଳେ ଦେଇଥିବା ମନ୍ତବ୍ୟକୁ ନେଇ ସଞ୍ଜୟଙ୍କୁ ଟାର୍ଗେଟ୍‌ କରାଯାଉଛି ଏବଂ ପୁରୁଣା ରାଗ ରଖି ପ୍ରକୃତି ଏଭଳି ମନ୍ତବ୍ୟ ଦେଇଛନ୍ତି ବେଲି ସଞ୍ଜୟ କହିଛନ୍ତି ।

Leave a Reply

Your email address will not be published. Required fields are marked *