ରାଷ୍ଟ୍ରପତିଙ୍କ ଆଗମନ ପାଇଁ ପ୍ରସ୍ତୁତି ଜୋରଦାର

Spread the love

() ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି  ।  ଭାରତର ସର୍ବୋର୍ଚ୍ଚ ପଦରେ ବସିବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିବେ ମହାମହିମ  । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।  ପୋଲିସ, ପ୍ରଶାସନ ସଜାଗ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ   ପ୍ରସ୍ତୁତି  ଜୋରଦାର କରାଯାଇଛି । ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଭୁବନେଶ୍ବର ଡିସିପି।  

ଓଡିଶା ଆସୁଛନ୍ତି ମହାମହିମ  । ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଗସ୍ତ କରିବେ । ଏହି ଓଡିଶା ଗସ୍ତ କାଳରେ ସେ ଶିକ୍ଷାଧ୍ୟୟନ କରିଥିବା ସ୍କୁଲକୁ ଯିବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ଦୃଷ୍ଟିରେ ରଖି ୟୁନିଟ୨ କ୍ୟାପିଟାଲ ହାଇସ୍କୁଲର ଚାଲିଛି ନବକଳେବର । ଭିତ୍ତିଭୂମିରୁ ଆରମ୍ଭ କରି ସୋନ୍ଦର୍ଯ୍ୟକରଣ ସବୁ କାର୍ଯ୍ୟକୁ ବେଶ ଗୁରୁତ୍ଵ ଦେଇଛନ୍ତି ସରକାର ଓ ଏସବୁକୁ ସୁରୁଖୁରୁରେ ତୁଲାଇବା ପାଇଁ ନିଜର ଶତପ୍ରତିଶତ ଦେଇ ପ୍ରସ୍ତୁତ ହେଲେଣି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନେ।

ମହାମହିମ ରାଷ୍ଟ୍ରପତିଙ୍କ ଆଗମନକୁ ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷୟତ୍ରୀଙ୍କ ସହ ସ୍ଥାନୀୟ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି l  ଆଗମନ ପାଇଁ ବିଦ୍ୟାଳୟରେ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ, ରାଷ୍ଟ୍ରପତିଙ୍କ ପାଇଁ ବାଲୁକା କଳା, ଚିତ୍ର ଓ ବିଭିନ୍ନ ଜିନିଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି l

ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ l

Leave a Reply

Your email address will not be published. Required fields are marked *