ଭୁବନେଶ୍ବର: ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା ନିଯୁକ୍ତ। ପ୍ରଫେସର ପଣ୍ଡାଙ୍କୁ ରାଜ୍ୟ ବିଶ୍ବବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ ଗଣେଷି ଲାଲ ଏହି ନିଯୁକ୍ତି ଦେଇଛନ୍ତି। ପ୍ରଫେସର ପଣ୍ଡା ଏହି ଦାୟିତ୍ବରେ ଯୋଗ ଦେବାର ୪ ବର୍ଷ ପର୍ଯ୍ୟନ୍ତ ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅବସ୍ଥାପିତ ରହିବେ।
ପ୍ରଫେସର ପଣ୍ଡା ବର୍ତ୍ତମାନ ପ୍ରଫେସର ଭାବେ ବରୋଦର ମହାରାଜା ଶିବାଜୀ ରାଓ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ତାଙ୍କର ୨୯ ବର୍ଷରେ ଶିକ୍ଷକତା ଅଭିଜ୍ଞତା ରହିଛି।ତାଙ୍କ ଦ୍ବାରା ୪୫ଟି ପୁସ୍ତକ ରଚନା ହୋଇଛି । ତାଙ୍କ ଦିଗଦର୍ଶନରେ ୧୦ ଜଣ ପିଏଚଡି ହାସଲ କରିବାରେ ସଫଳ ହୋଇଛନ୍ତି

Naxatra News is now on Whatsapp
Join and get latest news update delivered to you via whatsapp
Join Now