ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ପ୍ରକଳ୍ପ ସମୀକ୍ଷା

Spread the love

ସମ୍ବଲପୁର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟ ଅଧିକାରୀ ମାନଙ୍କ ସହିତ ଚାଲୁରହିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି । ଶର୍ମା ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ନିରୀକ୍ଷଣ କରିଥିବାବେଳେ ହିରାକୁଦ୍ ରେଳ ଷ୍ଟେସନ୍ ର ପୁନଃ ବିକାଶ ପାଇଁ ନିରୀକ୍ଷଣ କରିଥିଲେ ।

ପ୍ରକଳ୍ପଗୁଡିକର ସମୀକ୍ଷା କରିବା ଏବଂ ହିରାକୁଦ୍ ଷ୍ଟେସନ୍ ନିରୀକ୍ଷଣ ଏବଂ ନିର୍ମାଣାଧୀନ ROH ନିରୀକ୍ଷଣ କରିବା ସହିତ ଶର୍ମା ସଂପୃକ୍ତ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ପ୍ରକଳ୍ପ ଗୁଡିକର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା 2017-18 ବର୍ଷରେ ଅନୁମୋଦନ କରାଯାଇଥିଲା ଏବଂ ମାନେଶ୍ଵର ଷ୍ଟେସନରେ ଏହାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ପରେ, ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପକୁ ସରଲା ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି ଏବଂ 149.37 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ଆକଳନ ଅନୁମୋଦନ କରାଯାଇଛି । ଏହା ବ୍ୟତୀତ, ଏହି ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ଏବଂ ରାଇଟ୍ସ (RITES) ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୋଟାମୋଟି ଭାବେ, ଏହି ପ୍ରକଳ୍ପର 65% ନିର୍ମାଣ କାର୍ଯ୍ୟ ଏବେ ସୁଦ୍ଧା ସମାପ୍ତ ହୋଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ କାର୍ଯ୍ୟ ଚାଲୁରହିଛି ।

ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କ ପ୍ରକଳ୍ପ କାର୍ଯ୍ୟର ନିରନ୍ତର ସମୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଓଡ଼ିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ଶ୍ରୀ ବୈଷ୍ଣବ ଅଗ୍ରାଧିକାର ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି । ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ସହିତ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରାଇବା ଏବଂ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ଜନିତ ସୁବିଧା ପ୍ରଦାନ କରାଇବ ।

Leave a Reply

Your email address will not be published. Required fields are marked *