ଫାଇନାନ୍ସ କମ୍ପାନିର ଋଣ ସୁଝି ନପାରି ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ

Spread the love

ପୁରୀ : ପୁରୀ ଜିଲ୍ଲାରେ ଘରୋଇ ଫାଇନାନ୍ସ କମ୍ପାନିର ଋଣ ସୁଝି ନପାରି ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କମ୍ପାନୀର ଋଣ ସୁଝି ନପାରି ସ୍ୱାମୀ ସ୍ତ୍ରୀ ଘରେ ରସି ଲଗାଇ ଝୁଲି ପଡିଛନ୍ତି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡି ଉପରସାହି ଗ୍ରାମରେ । ମୃତ ଦମ୍ପତି ହୋଇଛନ୍ତି ବାନାମ୍ବର ବେହେରା ଓ ଏବଂ ବନିତା ବେହେରା ।

ମିଳି ଥିବା ସୂଚନା ଅନୁଯାୟୀ ଗତ ରାତିରେ ଫାଇନାନ୍ସ କମ୍ପନୀର କର୍ମଚାରୀ ମାନେ କିସ୍ତି ଟଙ୍କା ପାଇଁ ଘରେ ପହଁଞ୍ଚି ଥିଲେ । ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇଁ ଘରେ ବସିରହିଥିଲେ । ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେବି କର୍ମଚାରୀ ମାନେ ଘରୁ ବାହାରି ନଥିଲେ । ଶେଷରେ ଭୋରୁ ଭୋରୁ ଘର ଭିତରେ ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଦମ୍ପତିଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଟାଉନ ଥାନା ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ କଣାସ ପୋଲିସକୁ ଖବର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *