ଖୁଚୁରା ବେପାରୀଙ୍କ ସହ ଜିଲ୍ଲା ପ୍ରଶାସନ ବୈଠକ

Spread the love

ପୁରୀ : ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଉପ-ଜିଲ୍ଲାପାଳ ଙ୍କ ପୌରହିତ୍ୟ ରେ ପୁରୀ ପୌରାଞ୍ଚଳର ପାଇକାରି ଖୁଚୁରା ବେପାରୀ, ଏଲପିଜି ଗ୍ୟାସ ବିତରକ ପେଟ୍ରୋଲ ଓ ଡିଜେଲ ବିତରକମାନଙ୍କ ସହ ଆସନ୍ତା ରଥ ଯାତ୍ରା ୨୦୨୩ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକ ରେ ପୁରୀ ପୌରାଞ୍ଚଳର ସିଟି ଡିଏସପି କେ କେ ହରିହରନ, ଅତିରିକ୍ତ ଯୋଗାଣ ଅଧିକାରୀ, ପୁରୀ ସଦର, ସରକାରୀ ଯୋଗାଣ ଅଧିକାରୀ ପୁରୀ ପୌରାଞ୍ଚଳ, ବଜାର ନିତାନ୍ତଣ ଅଧିକାରୀ, ପୁରୀ ଓ ପୁରୀ ଜିଲ୍ଲାର ସମସ୍ତ ଯୋଗାଣ ନିରୀକ୍ଷକ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଚଳିତ ରଥ ଯାତ୍ରା ରେ କିପରି ଭାବେ ଖାଦ୍ୟ ସମାଗ୍ରୀର ଉଚିତ୍ ପରିଚାଳନା ଓ ଏଲପିଜି ଘରୋଇ ଗ୍ୟାସର ସୂଚାରୁ ରୂପେ ବଣ୍ଟନ ଓ ପେଟ୍ରୋଲ ଓ ଡିଜେଲର ପ୍ରଚୁର ଭାବେ ପୁରୀ ପୌରାଂଚଳରେ ଉପଲବ୍ଧ ହୋଇଥାଏ ସେହି ଉପରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *