ପୁରୀ ଆରଟିଓ ଙ୍କ ଦ୍ୱାରା ଓଭର ଲୋଡିଙ୍ଗ ଅଟୋକୁ ୨୯,୫୦୦ ଟଙ୍କା ଫାଇନ

Spread the love

ପୁରୀ : ପୁରୀ ଜ଼ିଲ୍ଲା ପୁରୀ କୋଣାର୍କ ରୋଡ଼ ରେ ୧୪ ଜଣ ପାସେଞ୍ଜର ଙ୍କୁ ନେଇ ବିପଦ୍ଜନକ ଯାତ୍ରା ପୁଣି ଦ୍ରୁତ ଗତି ରେ ଯାତ୍ରା କରୁଥିବା ଏକ ଅଟୋ ଯାନ କୁ ପିଛା କରି ପୁରୀ ଆର ଟି ଓ ରବୀନ ପଟ୍ଟନାୟକ ଫାଇନ କରି ସିଜ କରିଛନ୍ତି ।  ଶ୍ରୀ ପଟ୍ଟନାୟକ ଏ ଅଂଚଳ କୁ ଅଚାନକ ପରିଦର୍ଶନ ରେ ଯାଉଥିବା ବେଳେ ବେନିୟମ ଭାବେ ଯାତ୍ରା କରୁଥିବା ଓ ଡି- ୧୩- ୦୮୧୭ ଅଟୋ କୁ ଅଟକାଇ ଯାଂଚ କରିଥିଲେ କ୍ଷ ଗାଡି ର ଫିଟନେସ, ଇନସୁରାନସ, ପରମିଟ, ପଲ୍ୟୁସନ ସାର୍ଟିଫିକେଟ ସବୁ ଇନ ଭେଲିଡ଼ ଥିବା ଦେଖିବାକୁ ପାଇଥିଲେ ଏବଂ ୪ ଜଣ ପାସେଞ୍ଜର ଲିମିଟ ଥିବା ଗାଡି ରେ ଅତ୍ୟଧିକ ଲୋକ ଙ୍କୁ ନେଇ ଯାତ୍ରା କରୁଥିବା ଅଟୋ କୁ ୨୯,୫୦୦ ଟଙ୍କା ଜୋରିମାନା କରି ପେଣ୍ଠକଟା ମେରାଇନ ପୋଲିସ ଷ୍ଟେସନ ସହାୟତା ରେ ଏ ଗାଡି କୁ ସିଜ କରି ରଖି ଥିଲେ ।  ଆରଟିଓ ଶ୍ରୀ ପଟ୍ଟନାୟକ ଙ୍କ ଯୋଗୁଁ ଆଜି ପୁରୀ କୋଣାର୍କ ରୋଡ଼ ରେ ଓଭର ଲୋଡିଙ୍ଗ ଗାଡି ର ୧୪ ଜଣ ପାସେଞ୍ଜର ଙ୍କ ଜୀବନ ବଂଚି ଯାଇଥିବା ଖବର ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଇଛି ।  ଏବଂ ଆଗାମୀ ଦିନ ରେ ଜ଼ିଲ୍ଲା ରେ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ପାଇଁ ଏଇ ବିଭାଗ ର ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଓ ଆରଟିଓ ଙ୍କ ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ ଓ ନିଶା ଗ୍ରସ୍ତ ଡ୍ରାଇଭର, ବେନିୟମ ଗାଡି ଚାଳନା ଉପରେ ଜୋରଦାର ଫାଇନ ଆଦାୟ କରାଯିବ ଓ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *