ସଂସଦୀୟ ସ୍ଥାୟୀ କମିଟିର ପୁରୀ ଜିଲ୍ଲା ଗସ୍ତ ଓ ସମୀକ୍ଷ

Spread the love

ପୁରୀ : ଗ୍ରାମୀଣ ବିକାଶ ଓ ପଂଚାୟତରାଜ ସମ୍ପର୍କୀତ ସଂସଦୀୟ ସ୍ଥାୟୀ କମିଟି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମୀକ୍ଷା ଅବସରରେ ବିଭିନ୍ନ ଯୋଜନା ର କାର୍ଯ୍ୟ କାରିତାରେ କମିଟି ଖୁସି ବ୍ୟକ୍ତ କରିଥିଲେ । ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇ କେତେକ କ୍ଷେତ୍ରରେ ଯୋଜନା କୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବାକୁ କିଛି ପ୍ରସ୍ତାବ ମଧ ପ୍ରଦାନ କରିଥିଲେ ।ସାଂସଦ ଶ୍ୟାମ ସିଂହ ଯାଦବ ଙ୍କ ଅଧ୍ୟକ୍ଷତାରେ ସଂସଦୀୟ ସ୍ଥାୟୀ କମିଟିର ସାଂସଦ ମାନେ ଏହି କମିଟି ରେ ସାମିଲ ହେବା ସହ ପିପିଲି ବ୍ଲକ ହାଟସାହିର ଗ୍ରାମ୍ୟ ପାର୍କ ଓ ଗ୍ରାମ୍ୟ ପାଠାଗାର, ଦାଣ୍ଡମୁକୁନ୍ଦପୁର ର ରଜତଇ ଛକ ପିଏମଜିଏସୱ ।ଇ ରାସ୍ତା,ମା ମମତା ଉତ୍ପାଦକ ଗୋଷ୍ଠୀ, ଗ୍ରାମ୍ୟ ଜିମ୍‌, ଦୂର୍ଗାଦାସପୁର ପଂଚାୟତ ଅଫିସ, ଗ୍ରାମ୍ୟ ହାଟ,କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପେ୍ଲକ୍ସ, ଗ୍ରାମ୍ୟ ପାଠାଗାର ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ କମିଟି ସାମାଜିକ ସୁରକ୍ଷା ଯୋଜନା ର ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ପ୍ରକଳ୍ପ ଗୁଡିକ ର କାର୍ଯ୍ୟକାରିତାରେ ଖୁସି ବ୍ୟକ୍ତ କରିଥିଲେ । ପରେ ପୁରୀ ମେ ଫେୟାର ହୋଟେଲ ଠାରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନା ଯଥା ଏମଜିଏନଆରଜିଏ, ସାମାଜିକ ସୁରକ୍ଷା , ମିଶନ ଶକ୍ତି, ଗ୍ରାମ୍ୟ ରାସ୍ତା ନିର୍ମାଣ,ଜୀବିକା ମିଶନ,ପଂଚାୟତରାଜ ଇତ୍ୟାଦି ସମ୍ପର୍କରେ ବିଭାଗର ପ୍ରମୁଖ ସଚିବ, କମିଶନର ଓ ନିର୍ଦ୍ଦେଶକ ମାନେ ପାୱ ।ର ପ୍ରେଜେଣ୍ଟେସନ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ ।କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହ ରାଜ୍ୟର ନିଜସ୍ୱ ଯୋଜନା ମାଧ୍ୟମରେ ଗ୍ରାମୀଣ ବିକାଶ ର ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଥିଲା । ୟୁକୋ ବ୍ୟାଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ତଥ୍ୟ କମିଟି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା ।କମିଟି ରେ ସାଂସଦ ବିବେକ ନାରାୟଣ ସେଜୱଲକର, ଗୀତାବେନ ବେଜେସିଂଭାଇ ରଥୱ ।,ମାଳା ରାଜଲକ୍ଷ୍ମୀ ଶାହ,ତଲାରି ରାନଘା,ନରେନ୍ଦ୍ର କୁମାର, ଅଜୟ ପ୍ରତାପ ସିଂହ, ଏମ ମହମ୍ମଦ ଅବଦୁଲ୍ଲା,ଶାନ୍ତା ଛେତ୍ରୀ,ସି କଲ୍ୟାଣ ସୁନ୍ଦରମ୍ ଦିନେଶ ଚନ୍ଦ୍ର ଜେମାଲଭାଇ ଅନବଦ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

ପଂଚାୟତରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲେହାନି,ଗ୍ରାମ୍ୟ ଉନ୍ନୟନ ବିଭାଗ ର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ସ୍ପେଶାଲ ପ୍ରୋଜେକ୍ଟ ର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ,ଓରମାସ ର ସିଇଓ ଗୁହା ପୁନମ ତାପସ କୁମାର, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ,ଏସ ଆଇ ଆର ଡିର ନିର୍ଦ୍ଦେଶକ ଏସ କେ ମିନା, ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ର ସ୍ୱତନ୍ତ୍ର ସଚିବ ସୁଦର୍ଶନ ପରିଡା,ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର,ଉପଜିଲ୍ଲାପାଳ ଭବତାରଣ ସାହୁ,ୟୁକୋ ବ୍ୟାଙ୍କର ଜିଏମ ଗୌତମ ପାତ୍ର, ଏମ ଡି ସିଇଓ ସୋମ୍ ଶଙ୍କର ପ୍ରସାଦ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଶଂଗ୍ରହଣ କରିଥିଲେ ।ପିପିଲି ର ବିଭିନ୍ନ ସ୍ଥାନ ପରିଦର୍ଶନରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପିପିଲି ବିଡ଼ିଓ ରଶ୍ମିତା ନାଥ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *