ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

Spread the love

ପୁରୀ : ଆଉ ୫ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ପୁରୀ ସହର । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ଶ୍ରୀମନ୍ଦିର ସମ୍ମୁଖ ଦୋଳମଣ୍ଡପ ସାହିରେ ଏକ ବିଦ୍ୟୁତଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ନଇଁ ରହିଥିବା ଦେଖିବାକୁ ମିଳିଛି । କାଳେ ବିଦ୍ୟୁତ ଖୁଣ୍ଟରେ ଚାର୍ଜ ହୋଇଯିବ ସେଥିପାଇଁ ଖୁଣ୍ଟ ତଳୁ ପ୍ଲାଷ୍ଟିକ ପାଇପ ଦିଆଯାଇଛି । ଜନଗହଳିପୂର୍ଣ୍ଣ ଦୋଳମଣ୍ଡପ ସାହିରେ ଖୁଣ୍ଟ ଯଦି ଲେଉଟିପଡ଼େ ରଥଯାତ୍ରା ସମୟରେ ହଜାର ହଜାର ଭକ୍ତ ସେହି ବାଟରେ ଯିବା ବେଳ ଘୋର ବିପଦ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି । ସେହି ଖୁଣ୍ଟରୁ ପ୍ରାୟ ୨୦ରୁ ୩୦ଜଣ ବିଦ୍ୟୁତ ଉପଭୋକ୍ତାଙ୍କ ସଂଯୋଗି କରଣ ତାର ରହିଛି । ରଥଯାତ୍ରା ପାଇଁ ଏହି ରାସ୍ତା ଗହଳି ରହୁଥିବାରୁ ତୁରନ୍ତ ଏହି ବିଦ୍ୟୁତ୍ ଖୁଂଟକୁ ଅବସାରଣ କରାଯାଇ ନୂତନ ଖୁଣ୍ଟ ସ୍ଥାପନ କରିବା ପାଇଁ ସାହିବାସିନ୍ଦାମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *