୩୦ ବର୍ଷ ତଳେ ଲାଗିଥିବା ଝାଉଁ ଗଛ ଗୋଟିଏ ବି ନାହିଁ, ଏବେ ମଲା ଝାଉଁ ଚାରା ବଞ୍ଚିବ କେମିତି ?

ପୁରୀ : ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ସୌନ୍ଦର୍ଯ୍ୟକରଣ କରାଯାଉଛି । ହେନ୍ତାଳବଣ ସୃଷ୍ଟି ହେବା ପାଇଁ ୩୦ ବର୍ଷ ତଳେ ସମୁଦ୍ର କୂଳେ କୂଳେ ହଜାର ହଜାର ଝାଉଁ ଗଛ ଲାଗିଥିଲା । ତାହା ମଧ୍ୟ ବଡ଼ ହୋଇଯାଇଥିଲା । ପେଣ୍ଠକଟା ଠାରୁ ଷ୍ଟର୍ଲିଙ୍ଗ ରିର୍ସଟ ପର୍ଯ୍ୟନ୍ତ ଅନେକ ହୋଟେଲ ଗଢି ଉଠିବା ପରେ ହୋଟେଲ ସମ୍ମୁଖରୁ ଝାଉଁ ଗଛ ସବୁ ଆସ୍ତେ ଆସ୍ତେ ଲୋପ ପାଇବା ଦେଖିବାକୁ ମିଳିଥିଲା । ପୁଳେ ପୁଳେ ଝାଉଁ ଗଛ ଥିବାରୁ ରାସ୍ତା ଉପରକୁ ବାଲି ଆସୁନଥିଲା । ଅନେକ ପର୍ଯ୍ୟଟକ ସି ଫେସିଙ୍ଗ ହୋଟେଲରେ ରହିବା ପାଇଁ ପସନ୍ଦ କରୁଥିବା ବେଳେ ସେମାନଙ୍କ ଆଗରେ ଛାଉଁ ଗଛ ବାଧା ସୃଷ୍ଟି କରୁଥିଲା । ସମୁଦ୍ରକୂଳେ ବାରମ୍ବାର ପାଚେରି ନିର୍ମାଣ, ଫୁଟପାଥ ନିର୍ମାଣ, ଆଲୋକି ତୋରଣ ପାଇଁ ବାରମ୍ବାର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ଅଳ୍ପ କିଛି ଝାଉଁ ଗଛ ଲଗାଇ ସମୁଦ୍ରକୂଳ ବନିକରଣ ହେଲା,ସମୁଦ୍ର ବଳୟ ସୃଷ୍ଟି ହେବ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଆଦି ମିଠା କଥା କହି ପୁଣି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏବେ ପୁଣି ଝାଉଁ ଚାରା ଲାଗୁଛି । ସମୁଦ୍ରକୂଳେ ଝାଉଁ ଚାରା ଖରାରେ ରଖାଯିବା ଫଳରେ ସେଥିରୁ ଅଧିକାଂଶ ଗଛ ଶୁଖି ଯାଇଥିବା ଦେଖିବାକୁ ମିଳିଛି । ସେଇ ଶୁଖିଲା ଗଛ ପୋତା ଯାଉଥିବାରୁ ତାହା କିପରି ବଞ୍ଚିବ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *