ଜମି ମାଫିଆଙ୍କ ବିରୋଧରେ ଥାନା ଘେରିଲେ ଗ୍ରାମବାସୀ

Spread the love

ପୁରୀ : ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ବାଲିଗୁଆଳି ନାଗପାଟଣା ଅଞ୍ଛଳର କିଛି ଚାଷୀଙ୍କ ଫସଲ ନଷ୍ଟ କରିଥିବା ଜମି ମାଫିଆଙ୍କ ବିରୋଧରେ ପେଣ୍ଠକଟା ମେରାଇନ ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ଅଭିଯୋଗ କରିଛନ୍ତି । ଚାଷୀ ସୁରକ୍ଷା କମିଟିର ସଭାପତି ଲୋକନାଥ ସ୍ୱାଇଁ ଓ ଚାଷୀମାନେ ଜଣାଇଛନ୍ତି ବାଲୁଖଣ୍ଡ ମୌଜାର ଖାତା ନମ୍ବର ୨୧୦ରେ କିଛି ଚାଷୀ ଧାନ ତଳି ପକାଇ ଚାଷ କରିଥିଲେ । ପ୍ରାୟ ୨୨ ଏକର ଜମିରେ ତଳି ପଡ଼ିଥିବା ବିହନକୁ ଜଣେ ଜମି ମାଫିଆ ବିଷାକ୍ତ ଔଷଧ ପ୍ରୟୋଗ କରି ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ।  ଏହି ତଳି ଖାଇ ଗୋଟିଏ ଗାଇ ମଧ୍ୟ ମରି ଯାଇଥିବା ଦେଖିବାକୁ ମିଳିଥିଲା । ସେହି ମାଫିଅଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନଅ ନିଆଯିବାରୁ ଚାଷୀମାନେ ଥାନା ଆଗରେ ବିକ୍ଷୋଭ କରିବା ପାଇଁ ବାଧ୍ୟ ହୋଇଥିଲେ । ଚାଷୀମାନେ ହେଲେ ଲୋକନାଥ ସ୍ୱାଇଁ,ନାଲୁ ସ୍ୱାଇଁ,ସୁରଧ ସ୍ୱାଇଁ, ସନ୍ତୋଷ ସ୍ୱାଇଁ,ସୁକାନ୍ତ ସ୍ୱାଇଁ, ଗୁଣ୍ଡୁଚି ନାୟକ,ବିଦ୍ୟାଧର ସ୍ୱାଇଁ, ଜିତେନ୍ଦ୍ର ସ୍ୱାଇଁ, ପଦ୍ମନାଭ ସ୍ୱାଇଁ, ମହେନ୍ଦ୍ର ବିଶ୍ୱାଳ,ବିଜୟ ନାୟକ, ସାଗର ସ୍ୱାଇଁ, ଶରତ ବିଶ୍ୱାଳ, କାର୍ତିକ ସ୍ୱାଇଁ, ସଦାଶିବ ସ୍ୱାଇଁ,ପ୍ରଶାନ୍ତ ବିଶ୍ୱାଳ ଓ ଗୋପାଳ ରାଉତଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *