୩ ରଥକୁ ବିଜେ ହେଲା ଆଜ୍ଞା ମାଳ

ରାତି ପାହିଲେ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସଜେଇ ହୋଇଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଲାଗିଲାଣି ଗହଳି ଚହଳି । ରଥ ପ୍ରସ୍ତୁତ ଓ ପଥ ମଧ୍ୟ ପ୍ରସ୍ତୁତ। ୩ରଥରେ ବସି ଗୁଣ୍ଡିଚା ଘରକୁ ଯିବେ କରିବେ ଶ୍ରୀଜିଉ। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ପଟି ଦିଅଁଙ୍କ ନିକଟରୁ ତିନୋଟି ଆଜ୍ଞା ମାଳ ଆସି ୩ ରଥରେ ବିଜେ କରାଯାଇଛି। କିଛି ସମୟ ପରେ ତିନି ରଥକୁ ସିଂହଦ୍ୱାର ଆଗ ଚକଡ଼ାକୁ ଟଣା ଯାଇ ନିଆଯିବ । ତେବେ ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ୩ ରଥକୁ ସିଂହଦ୍ୱାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ଼ ଦେବେ। ଘୋଷଯାତ୍ରା ଲାଗି ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *