ପ୍ରଶ୍ନ ପତ୍ର ହୋଇଥିଲା ଲିକ, ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା ଓଏସ୍‌ଏସ୍‌ସି, ସେପ୍ଟେମ୍ବର ୩ରେ ସାନି ପରୀକ୍ଷା

Spread the love

 ଭୁବନେଶ୍ୱର  : ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ ଜେଇ ସିଭିଲ ମେନ୍ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି । ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ଅଧ୍ୟକ୍ଷ ଅଭୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି, ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଛି । ବାଲେଶ୍ୱର ଏସପିଙ୍କ ରିପୋର୍ଟ ଅନୁସାରେ ପରୀକ୍ଷା ରଦ୍ଦ ହୋଇଛି । ଏଥିସହ ସେପ୍ଟେମ୍ବର ୩ରେ ସାନି ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି ।

ଅନ୍ୟ ପକ୍ଷରେ ବାଲେଶ୍ୱର ଏସପି ସାଗରିକା ନାଥ ଗତକାଲି ସୂଚନା ଦେଇଛନ୍ତି ଯେ, ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି । ଓଏସସସି ପକ୍ଷରୁ ସେଦିନ ଜେଇଇ ସିଭିଲ ମେନ୍ ପରୀକ୍ଷା ଥିଲା । ପରୀକ୍ଷା ପୂର୍ବରୁ ଯେଉଁ ପ୍ରଶ୍ନପତ୍ର ମିଳିଥିଲା ତାହା ମେଳ ଖାଉଛି । ତେଣୁ ଆମେ ଏନେଇ ଓଏସସସିକୁ ଲିଖିତ ଭାବେ ଅବଗତ କରିଛୁ ।

ସେ କହିଛନ୍ତି, ‘ଏହି ସମଗ୍ର ଘଟଣାରେ ୯ ଜଣ ଗିରଫ ହୋଇଛନ୍ତି । ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଛି, ଓ ସେ ରାଜ୍ୟରେ ବାହାରେ ରହିଛି । ତାକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି । ସେ କହିଛନ୍ତି, ‘ପିଲାଙ୍କ ଠାରୁ ପ୍ରଶ୍ନପତ୍ର ପାଇଁ ୮ରୁ ୧୦ ଲକ୍ଷ ନେବାକୁ ଚୁକ୍ତି ହୋଇଥିଲା । ଧରାପଡ଼ିଥିବା ରାକେଟ ଅନ୍ୟ ରାଜ୍ୟରେ ମଧ୍ୟ ସମାନ କାର୍ଯ୍ୟ କରୁଥିଲେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *