ଏମକେସିଜି ମେଡିକାଲରେ ପୁଣି ରାଗିଂ ଅଭିଯୋଗ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ସିନିୟର ଛାତ୍ରଛାତ୍ରୀ ମାନେ ଜୁନିୟର ଛାତ୍ରଛାତ୍ରୀଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି ।ରାଗିଂର ଶୀକାର ହୋଇଥିବା ଜଣେ ଛାତ୍ରୀଙ୍କ ବାପା ଏଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ।ପ୍ରାୟ ୧୦୦ ଜଣ ଛାତ୍ର ଓ ୪୦ ଜଣ ଜୁନିୟର ଛାତ୍ରୀ ମାନଙ୍କୁ ସିନିୟର ଛାତ୍ରଛାତ୍ରୀ ମାନେ ନିଜର ହୋମୱାର୍କ କରିବାକୁ ବାଧ୍ୟ କରୁଛନ୍ତି ।ହୋମୱାର୍କ କରିବାକୁ ପ୍ରତିବାଦ କଲେ ସିନିୟର ଛାତ୍ରଛାତ୍ରୀ ମାନେ ଧମକ ଦେଉଛନ୍ତି ।ରାତି ୧୦.୩୦ ପରେ ହଷ୍ଟେଲକୁ ଆସି ଜୁନିୟର ଛାତ୍ରଛାତ୍ରୀଙ୍କୁ ହୋମୱାର୍କ କରିବାକୁ ବାଧ୍ୟ କରୁଛନ୍ତି ସିନିୟର ଛାତ୍ରଛାତ୍ରୀ ମାନେ ।ଏନେଇ ଅଭିଯୋଗ ପରେ ଆଜି ରାଗିଂ କରିଥିବା କିଛି ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରାଯିବ । ଆସନ୍ତା କାଲି ରାଗିଂ କରିଥିବା ଓ ରାଗିଂର ଶୀକାର ହୋଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ହେବ ଏଣ୍ଟି ରାଗିଂ କମିଟିର ବୈଠକ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *