ମରଣଯନ୍ତା ପାଲଟିଛି ରେଲୱେ ବାଇପାସ୍ ରାସ୍ତା

Spread the love

ସୋନପୁର : ସୋନପୁର ସହରଠାରୁ ମାତ୍ର ୨ କି.ମି. ରାସ୍ତା ଜନମୁରା ଯିବା ରାସ୍ତାର ଲୋକନାଥ ମନ୍ଦିର ପାଖରେ ଥିବା ରେଲୱେ ବାଇପାସ୍ ରାସ୍ତା ନିର୍ମାଣ ମନ୍ଥର ଗତିରେ ଚାଲିଛି । ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ ବର୍ଷାପାଣି ଜମି ରହୁଛି ଫଳରେ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାରେ ଗଲେ ମଡେଲ ଡିଗ୍ରୀ କଲେଜ, ଓଡିଶା ଆଦର୍ଶ ବିଦ୍ୟାଳୟ, ସୁକାନ୍ତି ଇଣ୍ଟରନେସନାଲ ସ୍କୁଲ, ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟ, ଜନମୁରା ପଞ୍ଚାୟତ ଅଫିସ ପଡେ । ଫଳରେ ସ୍କୁଲ, କଲେଜ ଯାଉଥିବା ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ପାଣି ଓ କାଦୁଅରେ ଲୋକେ ଯାତାୟତ ସମୟରେ କିଛି ଲୋକ ବାଇକରୁ ଖସିପଡି ଆହତ ହେଉଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ନିର୍ମାଣ ପାଇଁ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରି ନାହିଁ । ଯଦି ଏହି ରାସ୍ତା ଶୀଘ୍ର ନିର୍ମାଣ କରାନଯାଏ ତେବେ ଆଗାମୀ ଦିନରେ ପ୍ରବଳ ବର୍ଷାରେ ଲୋକେ ପାଣିରେ ପାର ହୋଇ ଯାତାୟତ କରିବାକୁ ପଡିବ ବୋଲି ଆଶଙ୍କ କରାଯାଉଛି । ଏହା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *