ରାଜା ସ୍ୱାଇଁ ସମ୍ୱଲପୁର ଅଞ୍ଚଳର ବିରୋଧୀ। ରାଜା ସ୍ୱାଇଁ ଓଡ଼ିଶା ବିଭାଜନର ମୂଳକର୍ତ୍ତା ବୋଲି ଆକ୍ଷେପ ଲଦିଛନ୍ତି ଜୟନାରାୟଣ ମ୍ଶ୍ର। ରାଜାଙ୍କ ଭଳି ବ୍ଯକ୍ତି ବାହାର ରାଜ୍ୟ ଲୋକଙ୍କ ଦ୍ୱାରା ପରିଚାଳିତ। ସେମାନଙ୍କ ଓଡ଼ିଶା ଓ ଓଡ଼ିଆ ଅସ୍ମିତା ବାବଦରେ କହିବାର କୌଣସି ନୈତିକତା ନାହିଁ। ବିକାଶ ସବୁ ଦିଗରେ ପହଞ୍ଚିବା ଦରକାର। ସବୁ ଅଞ୍ଚଳର ଭାଷା,ସଂସ୍କୃତିକୁ ସମ୍ମାନ ଦେବାର ଅଛି। ବିଜେଡିର ପଶ୍ଚିମ ଓଡ଼ିଶାରେ ସ୍ଥିତି ନାହିଁ ବୋଲି ପ୍ରତିବାଦ କରୁଛି। ପଶ୍ଚିମ ଛାଡ଼। ଆଗ ଉପକୂଳ ଓଡ଼ିଶାରେ କଅଣ ବିକାଶ କରିଛ, ତାହାର ହିସାବ ଦେଉ ବୋଲି ବିଜେଡି ଓ ରାଜାଙ୍କୁ ଆକ୍ଷେପ କରି କଟାକ୍ଷ କରିଛନ୍ତି ଜୟନାରାୟଣ। ଉତ୍ତରରେ ରାଜା କହିଛନ୍ତି, ସେ କେବେ ବି ସମ୍ୱଲପୁର ବିରୋଧୀ ନଥିଲେ। ସେ ସମ୍ୱଲପୁରକୁ ଭଲ ପାଆନ୍ତି। ସମ୍ୱଲପୁରୀ ସଙ୍ଗୀତ ତାଙ୍କୁ ଭଲ ଲାଗେ।ଜୟନାରାୟଣ ପାଗଳ ହୋଇଗଲେଣି। ଆଜି ସମ୍ୱଲପୁର ବିରୋଧୀ କହିଛନ୍ତି। କାଲିକି କାଲି ଦେଶଦ୍ରୋହୀ, ଆତଙ୍କବାଦୀ, ପାକିସ୍ତାନୀ ବି କହିବାକୁ ପଛେଇବେନି। ସେଥିଲାଗି ତ ଏଭଳି ନେତାଙ୍କ ବିବୃତ୍ତି, ଆଚରଣ ଓ ଉଚ୍ଚାରଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବରଂ ସ୍ପଷ୍ଟିକରଣ ରଖିଲେ ଭଲ ହୁଅନ୍ତା। ଓଡ଼ିଶାରେ ମିଶି ଭୁଲ୍ ହୋଇଗଲା ବୋଲି କହିଛନ୍ତି ଜୟ। ଉତ୍କଳ ସଙ୍ଗୀତ ଗାନ ବେଳେ ଛିଡ଼ା ନ ହୋଇ ଅସମ୍ମାନ କଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now