ଭଡାରେ ଲାଗିଛି ରାଜୀବ ଆବାସ ଘର

Spread the love

() ରାଜୀବ ଆବାସ ଯୋଜନା ଘର ଲାଗିଛି ଭଡାରେ  ।  ଏହିଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ସହରରୁ   ।  ଯାହାକୁ ନେଇ ବିଏମସିର ଚଢାଉ ହୋଇଥିଲା ଓ ସମ୍ପୁଣ୍ଣ ଘଟମଆର ତଥ୍ୟା ସାମନାକୁ ଆସିଛି  । ରାଜୀବ ଆବାସ ଯୋଜନାରେ ମିଳିଥିବା ଗୃହକୁ କିଏ ଘର ଭଡ଼ାକୁ ଦେଇଛି ତ ଆଉ କିଏ ଘରେ ନ ରହି ଦୀର୍ଘ ବର୍ଷ ଧରି ତାଲା ଝୁଲାଇଛି…।   

ଭଡାରେ ଲାଗିଛି ଆବାସ ଯୋଜନା ଘର  । ଯାହାକୁ ନେଇ ଆକ୍ସନ ମୋଡରେ ବିଏମସି । ଏ ଘଟଣା ହେଉଛି ବ୍ରହ୍ମପୁର ସହରର ।  ସହରକୁ ବସ୍ତିମୁକ୍ତ କରିବା ଓ ବାସହୀନଙ୍କୁ ବାସଗୃହ ଯୋଗଦେବା ଉଦେଶ୍ୟରେ ୨୦୧୭ ମସିହାରେ ରାଜୀବ ଆବାସ ଯୋଜନାରେ ଘର ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗତ ତିନି ବର୍ଷ ମଧ୍ୟରେ ୧୭୫୦ ଜଣ ହିତାଧିକାରୀଙ୍କୁ ଘର ଦିଆଯାଇଥିଲା । ହେଲେ ଘର ଦିଆଯାଇଥିଲେ ବି ସେ ଘର ଗୁଡିକୁ  ଭଡାରେ ଲଗାଯାଉଛି  । ତେବେ ସହରର ବିଭିନ୍ନ ସ୍ଥାନରେ ରହିଥିବା ରାଜୀବ ଆବାସ ଯୋଜନାରେ ନିର୍ମିତ ହୋଇଥିବା ଘର ଗୁଡ଼ିକୁ ଭଡ଼ା ଲଗାଯାଇଥିବା ନେଇ ବାରମ୍ବାର ବିଏମସି ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ବିଏମସି ପକ୍ଷରୁ ଚଢାଉ ହୋଇଛି । 

ବିଳମ୍ବରେ ହେଲେ ମଧ୍ୟ ବିଏମସି ପକ୍ଷରୁ ଏଭଳି ଚଢ଼ାଉ ସ୍ବାଗତଯୋଗ୍ୟ । ସହରରେ ରହିଥିବା ବିଭିନ୍ନ ରାଜୀବ ଆବାସ ଯୋଜନାରେ ଥିବା ଘର ପାଇପାରୁନାହାନ୍ତି ଯୋଗ୍ୟ ହିତାଧିକାରୀ । ବରଂ ଅଯୋଗ୍ୟ ହିତାଧିକାରୀ ମାନେ ବିଭିନ୍ନ ପ୍ରୟାସରେ ଘରେ ହାତେଇବା ପରେ ସେଠାରେ ନ ରହି ଘରକୁ ଭଡ଼ା ସୁତ୍ରରେ ଦେବା ସହିତ ଅନେକ ଘରେ ସେଭଳି ବର୍ଷ ବର୍ଷ ଧରି ତାଲା ପକାଇ ରଖିଥାନ୍ତି । ତେଣୁ ଅଯୋଗ୍ୟ ହିତାଧିକାରୀ ମାନେ ପାଇଥିବା ଘରକୁ  ଫେରସ୍ତ ଅଣାଯିବା ସହିତ ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ଘର ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ସହରବାସୀ । ତେଣୁ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇଦେବା କ୍ଷେତ୍ରରେ ବିଏମସି ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ବ୍ରହ୍ମପୁର ସହର ବାସିନ୍ଦା…   ।

ବିଏମସିର ଆତର୍କିତ ଚଢ଼ାଉ ପରେ ଘରେ ତାଲା ଓ ଭଡ଼ାରେ ଦେଇଥିବା ହିତାଧିକାରୀଙ୍କୁ ନୋଟିସ ଜାରୀ ହୋଇଛି । ତେବେ ୩୦ ଦିନ ପରେ ବିଏମସି କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *