() ବଦଳିଛି ସରକାର ହେଲେ ବଦଳିଲାନାହିଁ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ କଥାରେ ଅଛି ସରକାର୍ କା ମାଲ୍ ଦରିଆ ମେଁ ଡାଲ୍। ଏହିଭଳି ଚାଲିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ତଟବନ୍ଧ ବିଭାଜନ ରାଜକନିକା ତଟବନ୍ଧ ଡିଭିଜନର ବିଭାଗୀୟ ଜେଇଙ୍କ କାର୍ଯ୍ୟକଳାପ। ରାଜକନିକା ବ୍ଲକ ଅଧୀନରେ ଥିବା ଭାରିଗଦା ପଞ୍ଚାୟତର ଶତାଧିକ ଚାଷୀ ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବା ବେଳେ ସାମାନ୍ୟ ନଦୀ ବଢ଼ି ଆସିଲେ ଚାଷ ଉଜୁଡିବା ସହ ଅନେକ ଘର ବନ୍ୟା ପାଣିରେ ଜଳ ବନ୍ଦୀ ହୋଇରହେ। ତେବେ ଏପରି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ଧନ ଜୀବନକୁ ସୁରକ୍ଷା ଦେବାକୁ ଯୋଜନା କରୁଥିବା ବେଳେ ଯୋଜନା ଠିକରେ କାର୍ଯ୍ୟକାରି ହେଉନଥିବା ସ୍ଥାନୀୟବାସୀ କହିଛନ୍ତି। ତେବେ ଚାଷୀ କୁଳର ଲାଇଫ ଲାଇନ କୁହାଯାଉଥିବା ଖରସ୍ରୋତା ନଦୀକୁ ସଂଲଗ୍ନ କେଶନଗର ଗାଁର ବାମ ପାର୍ଶରେ ହେଉଥିବା ପଥର ପେକିଙ୍ଗ ଯାହାର ଅଟକଳ ୪, ୨୪, ୮୬, ୮୪୩. ୦୦୦ ମୂଲ୍ୟ ରହିଛି। ହେଲେ ତାହା କେତେ ମିଟର ଲମ୍ବ ଓ କେତେ ଗଭୀରରୁ ପଥର ପକାହେବ ତାହା ସାଧାରଣରେ ପ୍ରକାଶ ନକରି ଅତି ନିମ୍ନ ମାନର ପଥରରେ ଚାଲିଛି କାମ। ନିୟମ ମୁତାବକ ଡମ୍ଫିଙ୍ଗ କରିବା ଜାଗାରେ ମେସିନ ସାହାଯ୍ୟରେ ନଦୀ ଭିତରେ ପଥର ପକାଯାଉଛି। ସେହି ପଥରକୁ ବଲ୍ହା ପୋତାହୋଇ ଅଟକାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି କାମ ହରିହର ମହାପାତ୍ର ନାମକ ନିର୍ମାଣକାରୀ ସଂସ୍ଥାକୁ ୦୭. ୦୩.୨୫ରୁ କାର୍ଯ୍ୟ ଆରମ୍ଭ କରାଇ ୦୬.୦୯.୨୫ରେ କାର୍ଯ୍ୟାଦେଶ ଶେଷ କରାଇବାକୁ ନିୟମ ରହିଛି। ବଡ ବଡ ପଥରକୁ ସାମ୍ପୁଲ ରଖି ଛୋଟ ପଥରରେ କାମକୁ ବିରୋଧ କରିଛନ୍ତି ଅଂଚଳ ବାସୀ। ରାଜକନିକା ତଟବନ୍ଧ ଅଫିସ୍ର SDO କହିଛନ୍ତି ଏକ ଫୁଟରୁ ଏକ ଟନ ବିଶିଷ୍ଟ ପଥର ସ୍ପର କାମରେ ଦିଆ ହୋଇଥିବା ବେଳେ, ବଲ୍ହା ବାଡ଼ା ହୋଇ ପଥର ଅଟକା ହୋଇଥିବା ମିଛ କଥା।
ରିପୋର୍ଟ- ବିକାଶ ନାୟକ, ରାଜକନିକା

Naxatra News is now on Whatsapp
Join and get latest news update delivered to you via whatsapp
Join Now