ଆଉ ନାହାନ୍ତି ସ୍ୱାଭିମାନୀ ସାମ୍ୱାଦିକ ରତିକାନ୍ତ ମହାନ୍ତି

ବରିଷ୍ଠ ସାମ୍ୱାଦିକ ରତିକାନ୍ତ ମହାନ୍ତି ଆଉ ନାହାନ୍ତି। ରତି ଭାଇ ନାଁରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ବେଶ୍ ଜଣାଶୁଣା ଥିଲେ ସେ। ଦୀର୍ଘ ସାମ୍ୱାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା, କର୍ତ୍ତବ୍ୟନିଷ୍ଠା ଓ ସାଲିସବିହୀନ ସ୍ୱାଭିମାନୀ ଥିଲେ ରତି। କିଛି ଦିନ ଧରି ଅସୁସ୍ଥ ଥିଲେ ରତି ଭାଇ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ପରଲୋକ ଘଟିଛି। ରତିକାନ୍ତ ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମରେ ପ୍ରତିନିଧି ଭାବେ କାମ କରିଥିଲେ। ଦୀର୍ଘ ୪ ଦଶନ୍ଧି ଧରି ସ୍ୱଛ, ସଚ୍ଚୋଟ ଓ ନିର୍ଭୀକତାର ସାମ୍ୱାଦିକତା ଲାଗି ସେ ସମସ୍ତଙ୍କର ଆଦର୍ଶ ଥିଲେ। ରତିକାନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି। ସାମ୍ୱାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ରତିକାନ୍ତ ମହାନ୍ତି ଥିଲେ ବେଶ୍ ପରୋପକାରୀ। ସ୍ନେହୀ, ସରଳ ଓ ଅମାୟିକ ଜୀବନଯାପନ କରୁଥିଲେ। ଓଡ଼ିଆ ସାମ୍ୱାଦିକ ଜଗତର ଉଜ୍ୱଳ ତାରକାଙ୍କୁ ହରାଇ ସମସ୍ତେ ମର୍ମାହତ ହୋଇପଡ଼ିଛନ୍ତି। ପତ୍ନୀ ସିପ୍ରା ମହାନ୍ତି ଓ ଦୁଇ ଝିଅ ପୂଜା ଓ ବନ୍ଦନାଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ରତିକାନ୍ତ। ଏସିଆନ୍ ଏଜ୍, ଇଣ୍ଡସ ଭ୍ୟାଲି ଟାଇମ୍ସ,, ଦିନଲିପି, ପର୍ଯ୍ୟବେକ୍ଷକ, ହିନ୍ଦୁସ୍ତାନ ସମାଚାର ପତ୍ରିକାରେ କାମ କରି ନିଜର ଦକ୍ଷତା ଦେଖାଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *